ଓଡ଼ିଶା ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି କ୍ବାର୍ଟର ଫାଇନାଲ୍ ଆଜି

କୋଲକାତା : ଡୁରାଣ୍ଡ୍‌ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ୧୩୧ତମ ସଂସ୍କରଣର କ୍ବାର୍ଟରଫାଇନାଲ୍‌ରେ ଶନିବାର ଓଡ଼ିଶା ଏଫସି ଖେଳିବ‌ ବେଙ୍ଗାଲୁରୁ ଏଫସି ସହିତ। କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯିବାକୁ ଥିବା ଏହି ଲଢ଼େଇ କଡ଼ା ସଂଘର୍ଷପୂର୍ଣ୍ଣ ହେବ ବୋଲି ଦୁଇ ଦଳର ପ୍ରଶିକ୍ଷକ ଯୋସେଫ ଗମ୍ଭାୟୁ ଓ ସାଇମନ୍‌ ଗ୍ରେୟନ୍‌ ପ୍ରକାଶ କରିଛନ୍ତି। ନକ୍ ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ଉଭୟ ଦଳ ବିପରୀତ ପଥ ଦେଇ ନକଆଉଟ୍ ଆସିଛନ୍ତି। ବିଏଫସି ସମସ୍ତ ମ୍ୟାଚ୍‌ କୋଲକାତାରେ ଖେଳି ୪ରୁ ୩ ବିଜୟ ସହ ଗ୍ରୁପ୍‌ ‘ଏ’ ଦ୍ବିତୀୟରେ ରହିଥିଲା। ଓଡ଼ିଶା ଏଫସି କିନ୍ତୁ ନିଜର ସମସ୍ତ ୪ ଗ୍ରୁପ୍‌ ‘ଡି’ ମ୍ୟାଚ୍‌ ଜିତି ଆସିଛି। ‘ଆମ ପାଇଁ ଏହ‌ା ବଡ ମ୍ୟାଚ୍‌, ବିଏଫସି ଏକ ଭଳ ଦଳ। ଆମେ କିନ୍ତୁ ବିଜୟ ପାଇଁ ପ୍ରସ୍ତୁତ’ ବୋଲି ଗମ୍ଭାୟୁ କହିଛନ୍ତି। ଉଭୟ ଦଳ ମଧ୍ୟ ସେମାନଙ୍କ ଫରୱାର୍ଡଙ୍କ ଉପରେ ନିର୍ଭର କରିବେ। ଭୁବନେଶ୍ବର ଭିତ୍ତିକ ଜଗରନଟ୍ସ ଦଳ କିନ୍ତୁ ଗୋଟିଏ ବି‌ ଗୋଲ୍ ବରଣ କରିନଥିବାରୁ ଆତ୍ମବିଶ୍ବାସରେ ରହିଛି।

ସମ୍ବନ୍ଧିତ ଖବର