ଭୁବନେଶ୍ବର: ପ୍ରଥମ ଥର ଲାଗି ସୁପର କପ୍ ଖେଳିଥିବା ଓଡ଼ିଶା ଏଫ୍ସି ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ସୋମବାର ଶେଷ ଲିଗ୍ ମ୍ୟାଚ୍ରେ ଭୁବନେଶ୍ବର ଭିତ୍ତିକ ଏହି ଦଳ ୨-୧ ଗୋଲ୍ରେ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରିଥିଲା। ଫଳରେ ଓଡ଼ିଶା ୩ ମ୍ୟାଚ୍ ଖେଳି ୨ ବିଜୟ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍-ବି’ର ଶୀର୍ଷ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। କେରଳ ମେଞ୍ଜରିସ୍ଥିତ ପାୟାନାଡ଼ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ର ୧୧ତମ ମିନିଟ୍ରେ ଜାଭିଅର ସିଭେରିଓ ଟୋରୋଙ୍କ ଗୋଲ୍ରେ ହାଇଦ୍ରାବାଦ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଦ୍ଧରେ ପଛୁଆ ରହିଥିବା ଓଡ଼ିଶା ଏଫ୍ସି ଡିଏଗୋ ମୌରିସିଓ (୫୫ ମିନିଟ୍)ଙ୍କ ଗୋଲ୍ରେ ସ୍ଥିତି ସମାନ କରିଥିଲା। ୮୬ତମ ମିନିଟ୍ରେ ଭିକ୍ଟର ରଡ୍ରିଗୁଏଜ ରୋମେରିଓ ଗୋଲ୍ ଦେଇ ଓଡ଼ିଶାକୁ ବିଜୟ ଭେଟି ଦେଇଥିଲେ।
ସୁପର କପ୍ ସେମିରେ ଓଡ଼ିଶା ଏଫ୍ସି
/sambad/media/post_attachments/wp-content/uploads/2019/10/odisha-fc.jpg)