ଭୁବନେଶ୍ବର: ଫିଜିର ଅନ୍ତର୍ଜାତୀୟ ଫୁଟ୍ବଲର୍ ରୟ କ୍ରିଷ୍ଣାଙ୍କ ସହ ଭୁବନେଶ୍ବର ଭିତ୍ତିକ ଫୁଟ୍ବଲ୍ ଦଳ ଓଡ଼ିଶା ଏଫ୍ସି ଗୋଟିଏ ବର୍ଷ ଲାଗି ଚୁକ୍ତି କରିଛି। ଆଗାମୀ ଡୁରାଣ୍ଡ କପ୍ରେ ସେ ଓଡ଼ିଶା ଏଫ୍ସି ପକ୍ଷରୁ ଖେଳିବେ। ଫିଜିରେ ଜନ୍ମିତ ରୟ ଯୁବ ବୟସରେ ନିଜର ଚମତ୍କାର ଦେଖାଇ ୨୦୦୮ରେ ନ୍ୟୁଜିଲାଣ୍ଡର ୱାଇଟାକେରେ ୟୁନାଇଟେଡ୍ରୁ ପେସାଗତ ଜୀବନ ଆରମ୍ଭ କରିଥିଲେ। ଏହାପରେ ୨୦୧୩ରେ ଅକଲାଣ୍ଡ ସିଟି ଏଫ୍ସିରୁ ଖେଳିଥିଲେ। ୨୦୧୯ରେ ଆଇଏସ୍ଏଲ୍ ଦଳ ଏଟିକେରେ ଯୋଗ ଦେଇଥିଲେ। ଏହି ଦଳ ସହ ୩ ବର୍ଷ ଖେଳିବା ପରେ ୨୦୨୨ରେ ବେଙ୍ଗାଲୁରୁ ଏଫ୍ସିରୁ ଖେଳିଥିଲେ। ନିଜର ଆଇଏସ୍ଏଲ୍ ପଦାର୍ପଣରେ ସେ ଅଗ୍ରଣୀ ଗୋଲ୍ ସ୍କୋରର୍ ହୋଇଥିଲେ। ୨୦୨୦-୨୧ ଆଇଏସ୍ଏଲ୍ରେ ସେ ଲିଗ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ରୟ କ୍ରିଷ୍ଣାଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍ସି
/sambad/media/post_attachments/wp-content/uploads/2023/07/5s4fh65465fhfhhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)