ଭୁବନେଶ୍ବର: ଚଳିତ ଏଆଇଏଫ୍ଏଫ୍ ଏଲିଟ୍ ଲିଗ୍ରେ ଯୁବ (୧୮ ବର୍ଷରୁ କମ୍) ଓଡ଼ିଶା ଏଫ୍ସି ଦଳ ତୃତୀୟ ବିଜୟ ହାସଲ କରିଛି। ଗତ ୪ ମ୍ୟାଚ୍ରୁ ୨ ବିଜୟ ଓ ୨ ଅମୀମାଂସିତ ସହ ୮ ପଏଣ୍ଟ୍ ପାଇ ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିବା ଭୁବନେଶ୍ବରର ଏହି ଓଡ଼ିଶା ଏଫ୍ସି ଯୁବ ଦଳ ଶନିବାର କନ୍ସିଏଣ୍ଟ ଫୁଟ୍ବଲ୍ ଦଳକୁ ୫-୩ ଗୋଲ୍ରେ ପରାସ୍ତ କରିଛି। ରିଷଭ ଦୋବ୍ରିୟାଲ ଦୁଇଟି, ଅକ୍ସୁନା ତ୍ୟାଗୀ, ପୀୟୂଷ ଭଣ୍ଡାରି ଓ ରାମ୍ସେମ୍ କାଇୱାଙ୍ଗ୍ନାଓ ଗୋଟିଏ ଲେଖାଏଁ ଗୋଲ୍ କରି ଓଡ଼ିଶା ଦଳ ବିଜୟର କର୍ଣ୍ଣଧାର ସାଜିଥିଲେ। ଆରମ୍ଭରୁ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଓଡ଼ିଶା ଦଳ ପକ୍ଷରୁ ୧୮ ମିନିଟ୍ରେ ଅକ୍ସୁନା ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ପ୍ରଧାମାର୍ଧ ଶେଷ ପୂର୍ବରୁ ଦୋବ୍ରିୟାଲ (୪୩ ମିନିଟ୍) ଗୋଟିଏ ଗୋଲ୍ କରି ଦଳକୁ ୨-୦ର ଅଗ୍ରଣୀ ଦେଇଥିଲେ। ଦ୍ବିତୀୟାର୍ଧ ଆରମ୍ଭରୁ ଦୋବ୍ରିୟାଲ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ କରି ବ୍ୟବଧାନ ୩-୦ରେ ପହଞ୍ଚାଇଥିଲେ। ତେବେ ୬୫ ମିନିଟ୍ରେ ଜାହାନ୍ ସାପୁର୍ଜୀ କନ୍ସିଏଣ୍ଟ ପାଇଁ ପ୍ରଥମ ଗୋଲ୍ କରିବା ପରେ ୭୦ ମିନିଟ୍ରେ କେ ଲାଲ୍ରୁତୁଆଙ୍ଗାଙ୍କ ଗୋଲ୍ ମ୍ୟାଚ୍ର ଉତ୍କଣ୍ଠା ବଢ଼ାଇଥିଲେ। କନ୍ସିଏଣ୍ଟ ଦଳ ୨-୩ ବ୍ୟବଧାନ କରିବା ପରେ ସ୍ଥିତି ସମାନ ପାଇଁ ଆପ୍ରାଣ ଉଦ୍ୟମ କରିଥିଲା। ହେଲେ ଓଡ଼ିଶା ଦଳ ଆଉ ସୁଯୋଗ ଦେଇନଥିଲା। ୭୪ ମିନିଟ୍ରେ ପୀୟୂଷ ଏବଂ ୮୫ ମିନିଟ୍ରେ ରାମ୍ସେମ୍ ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ିବାରୁ ଓଡ଼ିଶା ୫-୨ରେ ଆଗୁଆ ହୋଇଯାଇଥିଲା। ଶେଷରେ ୮୯ ମିନିଟ୍ରେ ଆର୍ଯ୍ୟନ୍ ମହାନ୍ତିଙ୍କ ଗୋଲ୍ ହିଁ କେବଳ କନ୍ସିଏଣ୍ଟ ବ୍ୟବଧାନ କମାଇଥିଲା। ମାତ୍ର ଓଡ଼ିଶା ମ୍ୟାଚ୍ ଜିତି ନେଇଥିଲା। ଏହି ବିଜୟ ସହ ଓଡ଼ିଶା ଏଫ୍ସି ତା’ ମୋଟ ପଏଣ୍ଟ୍ ସଂଖ୍ୟା ୧୧କୁ ବୃଦ୍ଧି କରିଛି। ଓଡ଼ିଶା ତା’ର ପରବର୍ତୀ ମ୍ୟାଚ୍ ଜାନୁଆରି ୯ ତାରିଖରେ ପଞ୍ଜାବ ଫୁଟ୍ବଲ୍ କ୍ଲବ୍ ସହ ଖେଳିବ।
ଏଆଇଏଫ୍ଏଫ୍ ଏଲିଟ୍ ଲିଗ୍, ଓଡ଼ିଶା ଏଫ୍ସିକୁ ତୃତୀୟ ବିଜୟ
/sambad/media/post_attachments/wp-content/uploads/2020/01/sfh774fsh798sfh98fsh5fs4h5f4h23f1bh3f2s4h65fshfshfbgczbzghzf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)