ବିଜୟରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ବର: ଚଳିତ ଡୁରାଣ୍ଡ କପ୍‌ରେ ଓଡ଼ିଶା ଏଫ୍‌ସି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁଆହାଟୀର ଇନ୍ଦିରା ଗାନ୍ଧି ଆଥ୍‌ଲେଟିକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଗୁରୁବାର ମ୍ୟାଚ୍‌ରେ ଏହି ଦଳ ୬-୦ ଗୋଲ୍‌ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ପରାସ୍ତ କରିଥିଲା। ଓଡ଼ିଶା ପକ୍ଷରୁ ଜେରି ମାୱିମିଙ୍ଗଥାଙ୍ଗା (୧୫, ୩୮ ମିନିଟ୍‌) ଦୁଇଟି ଏବଂ ନନ୍ଦ କୁମାର ଶେଖର (୨୬ ମିନିଟ୍‌), ଈଶାକ ଭାନଲାଲରୁଆତଫେଲା (୮୧ ମିନିଟ୍‌), ଡିଏଗୋ ମୌରିସିଓ (୮୮ ମିନିଟ୍‌) ଓ ଥୋ‌ଇବା ସିଂହ (୯୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ୨୩ ତାରିଖରେ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର