ଭୁବନେଶ୍ବର: ଗୁଜରାଟର ଅହମଦାବାଦରେ ଚାଲିଥିବା ଆଇଡବ୍ଲୁଏଲ୍ (ଭାରତୀୟ ମହିଳା ଲିଗ୍) ଫୁଟ୍ବଲ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ବିଜୟରୁ ଅଭିଯାନ ଆରମ୍ଭ କରିଛି। ୮ ଦଳୀୟ ଗ୍ରୁପ୍-ବି’ରେ ସ୍ଥାନ ପାଇଥିବା ଓଡ଼ିଶା ଏଫ୍ସି ଷ୍ଟ୍ରାନ୍ସଷ୍ଟାଡିଆରେ ଗୁରୁବାର ଖେଳିଥିବା ନିଜର ପ୍ରଥମ ମ୍ୟାଚ୍ରେ ସିଆର୍ପିଏଫ୍କୁ ୬-୦ ଗୋଲ୍ରେ ପରାସ୍ତ କରି ପୂରା ୩ ପଏଣ୍ଟ ଅକ୍ତିଆର କରିନେଇଛି। ମ୍ୟାଚ୍ର ୧୯ତମ ମିନିଟ୍ରେ ଗ୍ରେସ ଲାଲରାମ୍ପରି ହାନରଙ୍କ ଗୋଲ୍ରେ ଓଡ଼ିଶା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
ଏହାପରେ ସିନ୍ଥିଆ ମାର୍କୋଣ୍ଡେସ ଡସ ସାନ୍ତୋସ୍ (୩୦ ମିନିଟ୍), ଫୌସ୍ତିନା ୱରୱର୍ନୟୋ ଆକ୍ପୋ (୪୫ ମିନିଟ୍) ଓ ଏସ୍ ଲିଣ୍ଡା କମ୍ (୪୫+୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଓଡ଼ିଶା ଏଫ୍ସିକୁ ପ୍ରଥମାର୍ଦ୍ଧରେ ୪-୨ରେ ଆଗୁଆ ରଖିଥିଲେ। ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିବା ଓଡ଼ିଶା ଦ୍ବିତୀୟାର୍ଦ୍ଧରେ ୨ଟି ଗୋଲ୍ ଲଦି ଦେଇଥିଲା। ଏନ୍ଗାଙ୍ଗୋମ ବାଲା ଦେବୀ (୬୫ ମିନିଟ୍) ଓ ଯଶୋଦା ମୁଣ୍ଡା (୬୭ ମିନିଟ୍) ଏହି ଦୁଇ ଗୋଲ୍ ଦେଇ ଓଡ଼ିଶାକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ଗ୍ରେସ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।