ଓଡ଼ିଶାର ପ୍ରଥମ ଭଲିବଲ୍‌ ପ୍ରଶିକ୍ଷକ ପ୍ରଫୁଲ୍ଲ ସିଂହସାମନ୍ତଙ୍କ ଦେହାନ୍ତ

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ଭଲିବଲ୍ ପ୍ରଶିକ୍ଷକ ପ୍ରଫୁଲ୍ଲ ସିଂହସାମନ୍ତଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ମୃତ୍ୟୁ ଖବର ପାଇ ତାଙ୍କର ବହୁ ଛାତ୍ରଛାତ୍ରୀ ଶୈଳଶ୍ରୀ ବିହାରସ୍ଥିତ ତାଙ୍କ ସାନ ପୁଅ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଶେଷ ସମୟରେ ତାଙ୍କ ପାଖରେ ପତ୍ନୀ, ପୁଅବୋହୂ, ନାତିନାତୁଣୀ, ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନରେ ୩୫ ବର୍ଷ ଧରି କାର୍ଯ୍ୟ କରଇ ୧୯୯୨ ମସିହାରେ ଚାକିରିରୁ ଅବସର ନେଇଥିଲେ।

ସମ୍ବନ୍ଧିତ ଖବର