ସମ୍ବଲପୁର: ମୁମ୍ବାଇରେ ଅନୁଷ୍ଠିତ ଦ୍ୱିତୀୟ ଫେଡେରେସନ୍ କପ୍ ପେନ୍ଚାକ୍ ସିଲାଟ୍ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ସ୍ୱର୍ଣ୍ଣ ସମେତ ମୋଟ ୫ ପଦକ ମିଳିଛି। ଟେଣ୍ଡିଂ ଫାଇଟ୍ର ବାଳିକା ବର୍ଗ ୬୩-୬୭ କେଜିରେ ସିମରନ ନାୟକ ଓ ୪୭-୫୧ କେଜିରେ ଜସ୍ମିନ ଗରେଓ୍ଵାଲ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ବାଳକ ୭୧ରୁ ୭୫ କେଜିରେ ପ୍ରିୟାଂଶୁ ପଣ୍ଡା କାଂସ୍ୟ ଜିତିଥିଲେ। ଅନ୍ୟପକ୍ଷରେ ବାଳିକା ଟୁଙ୍ଗଲରେ ତପସ୍ୱିନୀ ନାୟକ ଏବଂ ବାଳକ ଗାଣ୍ଡା (ଯୁଗଳ)ରେ ମାରି ନାଇଡୁ ଏବଂ ପଙ୍କଜ ପଣ୍ଡିତ କାଂସ୍ୟ ପଦକ ଜିତିଥିଲେ। ପ୍ରତିଯୋଗିତାରେ ୨୮ ରାଜ୍ୟର ୪୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଆଶୁତୋଷ ନାୟକ ଦଳର ପ୍ରବନ୍ଧକ ଓ ମନୋରଂଜନ ଭଞ୍ଜ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। କୃତୀ ପ୍ରତିଯୋଗୀମାନେ ଆସନ୍ତା ଏପ୍ରିଲରେ ହେବାକୁ ଥିବା ଜାତୀୟ କନିଷ୍ଠ ବିଶ୍ୱ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ପେନ୍ଚାକ୍ ସିଲାଟ୍ ଓଡ଼ିଶାର ସାଧାରଣ ସଂପାଦକ ପ୍ରେମ ସିଂହ ଥାପ୍ପା ଜଣାଇଛନ୍ତି। କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟ ସଂଘ ଉପସଭାପତି ରବୀନ୍ଦ୍ର ଚୌଧୁରୀ ଏବଂ ମୁଖ୍ୟ ଉପଦେଷ୍ଟା ଅନ୍ତର୍ଜାତୀୟ ମାଷ୍ଟର୍ ଆଥ୍ଲେଟ୍ ସୁନ୍ଦରମଣି ବାରିକ ଅଭିନନ୍ଦନ ଜଣାଇଛନ୍ତି।
ଫେଡେରେସନ୍ କପ୍ ପେନ୍ଚାକ୍ ସିଲାଟ୍ରେ ଓଡ଼ିଶାକୁ ୫ ପଦକ
/sambad/media/post_attachments/wp-content/uploads/2018/01/Pencak-Silat-News-Pic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)