ନୂଆ ଜର୍ସିରେ ଓଡ଼ିଶା ଫୁଟ୍‌ବଲ୍ ଦଳ

ଭୁବନେଶ୍ବର: ଓଡ଼ିଶା ସନ୍ତୋଷ ଟ୍ରଫି ବରିଷ୍ଠ ପୁରୁଷ ଫୁଟ୍‌ବଲ୍‌ ଦଳ ଏବଂ ବରିଷ୍ଠ ମହିଳା ଦଳ ଆଗାମୀ ଋତୁରେ ନୂଆ ଜର୍ସିରେ ଦେଖିବାକୁ ମିଳିବେ। ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ‌ଷ୍ଟାଡିୟମ୍‌ରେ ଉଭୟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କ୍ରୀଡ଼ା‌ ସଚିବ ଆର ଭିନିଲ କ୍ରିଷ୍ଣା ଓ ଫାଓ ସଂପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଫାଓ ଯୁଗ୍ମ ସଂପାଦକ ଅଭିଜିତ ପାଲ ଉତ୍ସବରେ ସଭାପତିତ୍ବ କରିଥିଲେ। କ୍ରୀଡ଼ା ବିଭାଗ ଓଏସ୍‌ଡି ଶୁଭେନ୍ଦୁ ପଣ୍ଡାଙ୍କ ସହ ଦୁଇ ଦଳ ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। କେରଳରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ଜାତୀୟ ବରିଷ୍ଠ ଫୁଟବଲ୍ ପ୍ରତିଯୋଗିତା ଲାଗି ୨୦ ଜଣିଆ ଦଳ ବଛାଯାଇଛି ବୋଲି ଏହି ଅବସରରେ ଫାଓ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିଭଳି କଳିଙ୍ଗ ଷ୍ଟାଡିୟମରେ ଡିସେମ୍ବର ପହିଲାରେ ଖେଳିବାକୁ ଥିବା ସନ୍ତୋଷ ଟ୍ରଫି ମ୍ୟାଚ୍ ଲାଗି ୨୫ ଜଣିଆ ଓଡ଼ିଶା ଦଳ ବଛାଯାଇଥିବା ମଧ୍ୟ ସୂଚନା ଦିଆଯାଇଥିଲା। ଓଡ଼ିଶାରେ କ୍ରୀଡ଼ାର ବିକାଶ ଲାଗି ନେଉଥିବା‌ ବିଭିନ୍ନ ସ୍ବାଗତଯୋଗ୍ୟ ପଦକ୍ଷେପ ଲାଗି ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀ ଭିନିଲ କ୍ରିଷ୍ଣାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଭୟ ଦଳକୁ ଶ୍ରୀ ଭିନିଲ କ୍ରିଷ୍ଣା ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଓଡ଼ିଶା ବରିଷ୍ଠ ମହିଳା ଦଳ: ସସ୍ମିତା ପାତ୍ର, ସ୍ପନ୍ଦିତା ଦାସ, ରାଜେଶ୍ବରୀ ଦାସ, ଜୁଲି କିଶାନ, ଜବାମଣୀ ଟୁଡୁ, କରିସ୍ମା ଓରାମ, ସୁସ୍ମିତା ତନ୍ତି, ମମତା ପାତ୍ର, ରାଣୀ ନାୟକ, ମନିକା ମିଞ୍ଜ୍, ସୋନି ବେହେରା, ଯଶୋଦା ମୁଣ୍ଡା, ସତ୍ୟବତୀ ଖଡ଼ିଆ, ସୁମିତ୍ରା ଖାଲକୋ, ଦୀପା ନାୟକ, ଶୁଭଦ୍ରା ସାହୁ, ବନ୍ୟା କବିରାଜ, ସରୋଜିନୀ ତିର୍କି, ଇଭା ପନ୍ନା, ସୁମନ ପ୍ରଜ୍ଞା ମହାପାତ୍ର। କ୍ରିସ୍ପିନ୍ ଛେତ୍ରୀ (ମୁଖ୍ୟ ପ୍ରଶିକ୍ଷକ), ଶ୍ରଦ୍ଧାଞ୍ଜଳି ସାମନ୍ତରାୟ (ସହକାରୀ ପ୍ରଶିକ୍ଷକ), ଆଲୋଚନା ସେନାପତି (ପ୍ରବନ୍ଧକ)।

ଓଡ଼ିଶା ସନ୍ତୋଷ ଟ୍ରଫି ଦଳ: ଫଗୁ ବାସ୍କେ, ସିଦ୍ଧାନ୍ତ ପ୍ରଧାନ, ଅମିତ କେର୍କେଟା, ପିଣ୍ଟୁ ସାମଲ, ରାକେଶ ଓରାମ, ଡି ଶ୍ରୀନାଥ, ରୁଦ୍ର ପ୍ରସାଦ ପ୍ରଧାନ, ତେଜସ ନାୟକ, ବିଶାଳ ଟିଗା, ପ୍ରବୀଣ ଟିଗା, ପ୍ରଶାନ୍ତ ଶ୍ରୀହରି, ସଞ୍ଜୀବ ଓରାମ, ଅର୍ପଣ ଲାକ୍ରା, ଜମିର ଓରାମ, ଏସ୍‌କେ ଫରିଦ, ବିକି ସେଠୀ, ଫଗୁ ହେମ୍ବ୍ରମ୍, ରାଇଜିନ ଟୁଡୁ, କାର୍ତ୍ତିକ ହଂସ୍ତଲ, ଅର୍ବିନ ଲାକ୍ରା, ଚନ୍ଦ୍ର ମୁଦୁଲି, ସଚିନ କୁମାର ମଲ୍ଲିକ, ରଘୁ ମାର୍ଣ୍ଡି, ବିକାଶ କୁମାର ସାହୁ, ଏସ୍‌କେ କମଲୁଦିନ। ସଲିମ ପ୍ରଧାନ (ମୁଖ୍ୟ ପ୍ରଶିକ୍ଷକ), ଏସ୍‌କେ ମଞ୍ଜୁର (ସହକାରୀ ପ୍ରଶିକ୍ଷକ), ଗୌତମ ଦାସ (ଗୋଲ୍ ରକ୍ଷକ ପ୍ରଶିକ୍ଷକ), ହୃଦୟ ରଞ୍ଜନ ବେହେରା (ପ୍ରବନ୍ଧକ), ନିଖିଳ ମାସ୍କେରେନହାସ (ଫିଜିଓ)।

ସମ୍ବନ୍ଧିତ ଖବର