କଟକ: ଇମ୍ଫାଲରେ ଆସନ୍ତା ୨୬ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍ବଲ୍ ଅନୁଷ୍ଠିତ ହେବ। ୨୬ ତାରିଖ ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ଓ ୨୮ ତାରିଖରେ ଦ୍ୱିତୀୟ ମ୍ୟାଚ୍ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଓଡ଼ିଶା ଖେଳିବ।
ଓଡ଼ିଶା ଦଳ: ସରିତା ସୋରେଙ୍ଗ (ଅଧିନାୟିକା), ସୁମିତ୍ରା ହେମ୍ବ୍ରମ୍, ମୋମିତା ସୋରୋନିଆ, ମଞ୍ଜୁ ଗଞ୍ଜୁ, ଜ୍ୟୋତ୍ସ୍ନା ଲାକ୍ରା, ସଙ୍ଗୀତା ଦାସ, ସସ୍ମିତା ଅମୋଙ୍ଗା, ସାଲ୍ଗେ ମାଝୀ, ଶୁଭସ୍ମିତା ଶୁଭଦର୍ଶିନୀ, ମାଳତୀ ମୁଣ୍ଡା, ଗୌରୀ ସାମଲ, ଗାୟତ୍ରୀ ବେହେରା, ଜାହ୍ନବୀ କିଶାନ, ଲକ୍ଷ୍ମୀପ୍ରିୟା ଲେଙ୍କା, ସିମ୍ପୋନା ଦାସ, ସୁପ୍ରିୟା ନାଏକ, ମୁସ୍କାନ ପୋଢ, ମନିଷା ନାୟକ, ପୂର୍ଣ୍ଣିମା ମଲ୍ଲିକ, କ୍ରୀଷ୍ଣା ବାରିକ। ପ୍ରଶିକ୍ଷିକା: ମମତା ସାମନ୍ତ।