ଜାତୀୟ କାୟାକିଂ ଓ କାନୋଇଂ: ଓଡ଼ିଶାକୁ ୬ ପଦକ

ଭୁବନେଶ୍ୱର: ଭୋପାଳରେ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ତୃତୀୟ ଜାତୀୟ ମାନ୍ୟତା କାୟାକିଂ ଓ କାନୋଇଂ ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ଏଥିରେ ଓଡ଼ିଶା ଗୋଟିଏ ସ୍ୱର୍ଣ୍ଣ ସହିତ ମୋଟ ୬ ପଦକ ହାସଲ କରିଛି। ୫୦୦ ମିଟର କାୟାକିଂ-୪ ବାଳକ ବର୍ଗରେ ରିତିକ୍‌ ସିଂହ, ନାନୋ ମିତେଇ, ଦିବ୍ୟ ଦଳେଇ ଓ ନିହାର ଜେନା ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ କାୟାକିଂ-୨ରେ ଦିବ୍ୟ ଦଳେଇ ଓ ରିତିକ୍‌ ସିଂହ ରୌପ୍ୟ ପଦକ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ବର୍ଗ କାୟାକିଂ-ଏକକ ୧୦୦୦ ମିଟରରେ ସରୋଜିନୀ ଟପ୍ପୋ, କାୟାକିଂ-୨ରେ ରୀନା ପୂଜାରୀ ଓ ସରୋଜିନୀ ଟପ୍ପୋ, ପୁରୁଷ ବର୍ଗ କାୟାକିଂ-୨ରେ ନାନୋ ମିତେଇ ଓ ନିହାର ଜେନା ରୌପ୍ୟ ପଦକ କରାୟତ କରିଥିଲା ବେଳେ କାୟାକିଂ-୪ ବାଳକ ବର୍ଗରେ ଦିବ୍ୟରଞ୍ଜନ ଦଳେଇ, ନାନୋ ମିତେଇ, ନିହାର ଜେନା ଓ ରିତିକ୍‌ ସିଂହ କାଂସ୍ୟ ପଦକ ଜିତିଥିଲେ। ଏହି ସଫଳତା ପାଇଁ ଓଡ଼ିଶା ସଂଘର ସଂପାଦକ ତଥା ଭାରତୀୟ ସଂଘର ଉପସଭାପତି ବିପିନ ଦାସ ସମସ୍ତ ଖେଳାଳି ଓ ପ୍ରଶିକ୍ଷକ ଜନ୍‌ସନ୍‌ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର