ଜାତୀୟ ବାଳିକା ମୁଷ୍ଟିଯୁଦ୍ଧ: ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର: ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ଅଷ୍ଟମ ଜାତୀୟ ଉପ କନିଷ୍ଠ (ବାଳିକା) ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଓଡ଼ିଶା ଦୁଇଟି କାଂସ୍ୟ ଏବଂ ଗୋଟିଏ ରୌପ୍ୟ ସହ ମୋଟ ତିନିଟି ପଦକ ଜିତିଛି। ଓଡ଼ିଆ ଝିଅ ଭବାନୀ ବାରିକ ୪୬-୪୮ କିଲୋଗ୍ରାମ ବର୍ଗର ଫାଇନାଲ୍‌ରେ ତାମିଲନାଡୁ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରି ରାଜ୍ୟ ପକ୍ଷରୁ ଏକମାତ୍ର ରୌପ୍ୟ ଜିତିଛନ୍ତି। ଅନ୍ୟ ଦୁଇ ଓଡ଼ିଆ ଝିଅ ଶର୍ମିଳା ଥାପ୍ପା ଏବଂ ଆରାତୀ ଗୋପେ ସେମିଫାଇନାଲ୍‌ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଯଶୋଦା ପୃଷ୍ଟି ଏବଂ ପ୍ରମିଳା ଥାପ୍ପା କିନ୍ତୁ ନିଜ ନିଜ ଗ୍ରୁପ୍‌ରେ ହାରିଯାଇଥିଲେ। ମୁଷ୍ଟିଯୁଦ୍ଧ ଓଡ଼ିଶା ସଂପାଦକ କବିରାଜ ଗୌଡ଼, ସଭାପତି ଟି କୃଷ୍ଣ ପାତ୍ର, ଉପ ସଭାପତି ସୁଖେନ୍ଦୁ କୁମାର ଦାସ, ଖୋର୍ଧା ଜିଲ୍ଲା ଆମେଚର ମୁଷ୍ଟିଯୁଦ୍ଧ ସଂଘ ସଂପାଦକ, ପୁରୀ ମୁଷ୍ଟିଯୁଦ୍ଧ ଏକାଡେମି ସଂପାଦକ ସୁଦର୍ଶନ ସାହୁଆ ଏବଂ ଦଳର ପ୍ରବନ୍ଧକ ପୁରନ୍ଦର ଗିରି ଖେଳାଳିମାନଙ୍କୁ ସେମାନଙ୍କ ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ୭ ଜଣିଆ ଓଡ଼ିଶା ଦଳ ଅଂଶ ଗ୍ରହଣ କରୁଛି।

ସମ୍ବନ୍ଧିତ ଖବର