ଜାତୀୟ ରଗ୍‌ବି ଟ୍ରଫି ଜିତିଲେ ଓଡ଼ିଶା ବାଳିକା

ଓଡ଼ିଶା ୫୦-୦ରେ ମହାରାଷ୍ଟ୍ରକୁ ହରାଇଲା

ଭୁବନେଶ୍ବର : ଓଡ଼ିଶା ବାଳିକା ରଗ୍‌ବି ସେଭେନ୍ସ ଦଳ ଜାତୀୟ ବିଜେତା ହୋଇଛି। ମହାରାଷ୍ଟ୍ରରେ ଆୟୋଜିତ ଜାତୀୟ ୧୮ ବର୍ଷରୁ କମ୍‌ ବାଳିକା ରଗ୍‌ବି ସେଭେନ୍ସ ପ୍ରତିଯୋଗିତାରେ ମଙ୍ଗଳବାର ଫାଇନାଲ୍‌ରେ ଓଡ଼ିଶା ୫୦-୦ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା। ଏହା ପୂର୍ବରୁ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ୪୯-୦ରେ ଉତ୍ତରାଖଣ୍ଡକୁ ଏବଂ ସେମିଫାଇନାଲ୍‌ରେ ଭାରତ ୨୨-୧୭ରେ ବିହାରକୁ ପରାସ୍ତ କରିଥିଲା। ନିର୍ମାଲ୍ୟା ରାଉତଙ୍କ ନେତୃତ୍ବରେ ଓଡ଼ିଶା ଦଳରେ ପାର୍ବତୀ ହାଁସଦା, ସନ୍ଧ୍ୟାରାଣୀ ଟୁଡ଼ୁ, ବର୍ଷାରାଣୀ ମାଝି, ମାମାଲି ସିଂହ, ବର୍ଷା ସିଙ୍ଗ, ରିତୁ ମାଝି, ସରିତା ବରିହା, ସ୍ବପ୍ନାରାଣୀ ସିଙ୍ଗ, ସଂଯୁକ୍ତା ଭୂମିଜ, ଗୀତାରାଣୀ ସାଇ ଓ ମମତା ମୁର୍ମୁ ରହିଥିଲେ।

ସମ୍ବନ୍ଧିତ ଖବର