ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଭଳି ଜାତୀୟ ଓପନ ଦୌଡ଼କୁଦ ଲାଗି ମଧ୍ୟ ରାଜ୍ୟ ସରକାର ପୁରସ୍କାର ପେଡ଼ି ଖୋଲିଛନ୍ତି। ଏହି ପ୍ରତିଯୋଗିତାର ପ୍ରଥମ ତିନି ସ୍ଥାନରେ ରହୁଥିବା ଖେଳାଳିଙ୍କୁ ରାଜ୍ୟ ସରକାର ଆର୍ଥିକ ପୁରସ୍କାର ଦେବେ ବୋଲି ମଙ୍ଗଳବାର ସଂଧ୍ୟାରେ ଘୋଷଣା କରିଛନ୍ତି। ତଦନୁଯାୟୀ ପ୍ରତିଯୋଗିତାର ପ୍ରଥମ ସ୍ଥାନରେ ରହୁଥିବା ଖେଳାଳିଙ୍କୁ ୧୦,୦୦୦, ଦ୍ୱିତୀୟ ସ୍ଥାନ ଲାଗି ୭,୫୦୦ ଏବଂ ତୃତୀୟ ସ୍ଥାନରେ ରହୁଥିବା ଖେଳାଳିଙ୍କୁ ୫,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ରାଜ୍ୟ ସରକାର ଦେବେ ବୋଲି ଜଣାପଡ଼ିଛି। ଗତବର୍ଷ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସୀୟ ଦୌଡ଼କୁଦର ଭାରତୀୟ ବିଜେତାଙ୍କୁ ମଧ୍ୟ ରାଜ୍ୟ ସରକାର ମୋଟା ଅଙ୍କର ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ। ଏହି ପ୍ରତିଯୋଗିତାରେ ପଦକ ଜିତିଥିବା ଭାରତୀୟ ପ୍ରତିଯୋଗୀଙ୍କୁ ଓଡ଼ିଶା ସରକାର ସ୍ୱର୍ଣ୍ଣ ପାଇଁ ୧୦ ଲକ୍ଷ, ରୌପ୍ୟ ଜିତିଥିଲେ ୭.୫ ଲକ୍ଷ ଏବଂ କାଂସ୍ୟ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।
ଓଡ଼ିଶା ସରକାର ଖୋଲିଲେ ପୁରସ୍କାର ପେଡ଼ି
/sambad/media/post_attachments/wp-content/uploads/2018/09/smart-ways-to-spend-1K-373x261.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)