କଟକ: ଓଡ଼ିଶା ହ୍ୟାଣ୍ତ୍ବଲ୍ ସ˚ଘରେ ଦୀର୍ଘ ଦିନ ଧରି ଦେଖାଦେଇଥିବା ଅଚଳାବସ୍ଥା ଏବେ ଦୂର ହେବାକୁ ଯାଉଛି। ଆସନ୍ତା ୧୧ ତାରିଖରେ ଅଲିମ୍ପିକ ସ˚ଘ ପକ୍ଷରୁ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲେ ବି ଏହାର ଢେର ଆଗରୁ ସବୁ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ପଦବି ପାଇଁ ନାମାଙ୍କନ ଯାଞ୍ଚ ବେଳେ ଏହା ଜଣାପଡ଼ିଥିଲା। ଅଲିମ୍ପିକ୍ ସ˚ଘ ପକ୍ଷରୁ ଏସ˚କ୍ରାନ୍ତରେ ଆସନ୍ତା ୧୧ ତାରିଖରେ ବିଦ୍ଧିବଦ୍ଧ ଘୋଷଣା କରାଯିବା। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ହ୍ୟାଣ୍ତ୍ବଲ୍ ସ˚ଘର ସୟଦ ମକବୁଲ ଅଲ୍ଲୀ ରାଜ୍ୟ ସ˚ଘ ସଭାପତି ଓ କଟକର ବୀରେନ୍ ବେହେରା ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ରବିବାର ରାଜ୍ୟ ଅଲିମ୍ପିକ୍ ସ˚ଘ ପକ୍ଷରୁ ହ୍ୟାଣ୍ତ୍ବଲ୍ ସ˚ଘର ସାଧାରଣ ବୈଠକ ଡକାଯାଇ ସର୍ବଭାରତୀୟ ମହାସ˚ଘ ପ୍ରତିନିଧିଙ୍କ ସମ୍ମୁଖରେ ଫଳାଫଳ ଘୋଷଣା କରାଯିବ ବୋଲି ଅଲିମ୍ପିକ ସ˚ଘ ସମ୍ପାଦକ ଏମ୍ଏ ଆଲାମ କହିଛନ୍ତି। ହ୍ୟାଣ୍ତ୍ବଲ୍ ସ˚ଘର ଗୋଟିଏ ସଭାପତି, ୫ ଉପ ସଭାପତି, ଗୋଟିଏ ସମ୍ପାଦକ, ୨ ଯୁଗ୍ମ ସମ୍ପାଦକ, ଗୋଟିଏ କୋଷାଧ୍ୟକ୍ଷ ଓ ୫ କାର୍ଯ୍ୟନିର୍ବାହୀ ସଦସ୍ୟ ପାଇଁ ଗତ ନଭେମ୍ବର ୩ ତାରିଖରେ ନାମାଙ୍କନ ଦାଖଲ ହୋଇଥିଲା। ୫ ତାରିଖରେ ନାମାଙ୍କନ ଯାଞ୍ଚ କରିବା ପରେ ସମସ୍ତ ପଦବି ପାଇଁ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିବା ଦେଖାଯାଇଥିଲା। ଏହାପରେ ଆଉ କେହି ନାମାଙ୍କନ ପ୍ରତ୍ୟାହାର ନକରିବାରୁ ସମସ୍ତ ପଦବି ପାଇଁ ପ୍ରାର୍ଥୀମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ହ୍ୟାଣ୍ତ୍ବଲ୍ ସ˚ଘରେ ଦୀର୍ଘଦିନ ଧରି ଅନିୟମିତତା ଓ ମନମୁଖୀ କାର୍ଯ୍ୟ ବିଷୟରେ ରାଜ୍ୟ କ୍ରୀଡ଼ା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଏହା ଉପରେ ‘ସମ୍ବାଦ’ରେ ଡିସେମ୍ବର ୨୩ ତାରିଖରେ ଖବର ପ୍ରକାଶ କରାଯିବା ପରେ ଭୁବନେଶ୍ବର ହ୍ୟାଣ୍ତ୍ବଲ୍ ସ˚ଘ ଏହାକୁ ଭିତ୍ତି କରି କ୍ରୀଡ଼ା ବିଭାଗକୁ ଲିଖିତ ଅଭିଯୋଗ କରିଥିଲା। ହ୍ୟାଣ୍ତ୍ବଲ୍ ସ˚ଘ ଉପରେ ବିଚାର କରିବାକୁ ଅଲିମ୍ପିକ ସ˚ଘକୁ କ୍ରୀଡ଼ା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ମେ’ ୧୯ ତାରିଖରେ ଅଲିମ୍ପିକ ସ˚ଘ କାର୍ଯ୍ୟାଳୟରେ ହ୍ୟାଣ୍ତ୍ବଲ୍ ମହାସ˚ଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏକ ସମନ୍ବୟ ବୈଠକ ବସିଥିଲା। ସେଥିରେ ହ୍ୟାଣ୍ତ୍ବଲ୍ ସ˚ଘର ପରିଚାଳନା ଭାର ଅଲିମ୍ପିକ୍ ସ˚ଘକୁ ଦିଆଯାଇଥିଲା।
ଓଡ଼ିଶା ହ୍ୟାଣ୍ତ୍ବଲ୍ ସ˚ଘ ନିର୍ବାଚନ: ମକ୍ବୁଲ୍ ସଭାପତି, ବୀରେନ୍ ସମ୍ପାଦକ
/sambad/media/post_attachments/wp-content/uploads/2018/11/Handball.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)