ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ଶିବିର ଶେଷ

ଭୁବନେଶ୍ବର: ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ସଂଘ ପକ୍ଷରୁ ୨୦୧୮-୧୯ ବର୍ଷ ଲାଗି ଚୟନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ୟୁନିଟ୍‌-୨ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ଶିବିରରେ ୮୦ରୁ ଅଧିକ ଖେଳାଳି ଭାଗ ନେଇଥିଲେ। ଏମାନଙ୍କ ମଧ୍ୟ‌ରୁ ୩୦ ଜଣିଆ ଏକ ସାମ୍ଭାବ୍ୟ ତାଲିକା ପ୍ରସ୍ତୁତ ହୋଇଛି। ଏହି ତାଲିକାରୁ ଶ୍ରେଷ୍ଠ ୧୫ ଜଣ ଖେଳାଳିଙ୍କୁ ଅଗାମୀ ଜୋନାଲ ପ୍ରତ‌ିଯାଗିତା ଲାଗି ଚୟନ କରାଯିବ। ଏହି ଚୟନ ଶିବିର ‌ରୋଟାରି କ୍ଲବ୍‌ ଏଲାଇଟ୍‌ ଓ ଆଶ୍ରୟ ଅନୁଷ୍ଠାନ ଦ୍ବାରା ପରିଚଳନା କରାଯାଇଥି‌ଲା।

ସମ୍ବନ୍ଧିତ ଖବର