ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଦ୍ୱାଦଶ ଦିନରେ ୧୪ ଗୋଲ, ଆଜି ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

ସନ୍ଧ୍ୟା ୭ଟାରେ ଚୀନକୁ ଭେଟିବ ଫ୍ରାନ୍ସ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଦ୍ୱାଦଶ ଦିନରେ ୧୪ ଗୋଲ ଦର୍ଶକ ଦେଖିଛନ୍ତି। ନେଦରଲାଣ୍ଡସ୍‌, ପାକିସ୍ତାନ, ଜର୍ମାନୀ ଏବଂ ମାଲେସିଆର ଖେଳାଳିମାନେ ଏହି ଗୋଲ ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟର ୨୩ତମ ମ୍ୟାଚରେ ଜର୍ମାନୀ ୫-୩ ଗୋଲରେ ମାଲେସିଆ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ୨୪ତମ ମ୍ୟାଚରେ ନେଦରଲାଣ୍ଡସ୍‌ ୫-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ବିଶ୍ୱକପ୍‌ର ୨୫ତମ ମ୍ୟାଚ ସୋମବାର ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ସେହିପରି ରାତି ୭ଟାରେ ଚୀନ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ।

ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ଲିଗ୍‌ ପର୍ଯ୍ୟାୟରେ ଡିସେମ୍ବର ୯ ଶେଷ ରବିବାର ଥିବାରୁ କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଆଜି ପ୍ରବଳ ଭିଡ଼ ରହିଥିଲା। କାରଣ ଆସନ୍ତା ରବିବାର ଫାଇନାଲ ମ୍ୟାଚ ଥିବାରୁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। କଳିଙ୍ଗ ହକି ଗ୍ରାଉଣ୍ଡରେ ଆଜି ପ୍ରଥମ ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ୧୦୦ତମ ଗୋଲ ଦେଖାଯାଇଥିଲା।

ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ନେଦରଲାଣ୍ଡ ୩ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ୬ ପଏଣ୍ଟ ହାସଲ କରିଛି। ପାକିସ୍ତାନ ୩ଟି ମ୍ୟାଚ ଖେଳି ୨ଟିରେ ହାରି ଥିବା ବେଳେ ଗୋଟିଏ ମ୍ୟାଚ ଡ୍ର କରି ୧ ପଏଣ୍ଟ ହାସଲ କରିଛି।

ସମ୍ବନ୍ଧିତ ଖବର