ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୩୫ତମ ମ୍ୟାଚରେ ଇଂଲଣ୍ଡକୁ ୮-୧ ଗୋଲରେ ପରାସ୍ତ କରି ଅଷ୍ଟ୍ରେଲିଆ କାଂସ୍ୟ ପଦକ ହାସଲ କରିଛି। ଅଷ୍ଟ୍ରେଲିଆ ଶନିବାର ମ୍ୟାଚକୁ ଭୁଲିପାରି ନଥିଲା। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନେଦରଲାଣ୍ଡସ୍ ଠାରୁ ପରାସ୍ତ ହେବା ପରେ ଆଜି ଇଂଲଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଶୈଳୀରେ ଖେଳିଛି।
? | LIVE | @Kookaburras are the Bronze Medallists at the Odisha Hockey Men’s World Cup Bhubaneswar 2018!
Congrats, Team!#HWC2018#Odisha2018
??????? #ENGvAUS ?? pic.twitter.com/mx65N9rkjU— Hockey World Cup 2018 - Host Partner (@sports_odisha) December 16, 2018
ପ୍ରଥମ କ୍ୱାର୍ଟରରେ ୨ଟି ଗୋଲ, ୨ୟ କ୍ୱାର୍ଟରେ ଗୋଟିଏ ଗୋଲ, ୩ୟ କ୍ୱାର୍ଟରରେ ୩ଟି ଗୋଲ ଦେଇଥିବା ବେଳେ ୪ର୍ଥ ତଥା ଶେଷ କ୍ୱାର୍ଟରରେ ପୁଣି ୨ଟି ଗୋଲ ଦେଇଥିଲା। ଅପରପକ୍ଷେ ଇଂଲଣ୍ଡର ଖେଳାଳିମାନେ ମାତ୍ର ଗୋଟିଏ ଗୋଲ ଦେଇଛନ୍ତି।
ଚଳିତ ବିଶ୍ୱକପ୍ର ବହୁ ପ୍ରତୀକ୍ଷିତ ଫାଇନାଲ ମ୍ୟାଚ ଆଜି ରାତି ୭ଟାରେ ବେଲଜିୟମ ଏବଂ ନେଦରଲାଣ୍ଡସ୍ ମଧ୍ୟରେ ଖେଳାଯିବ। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ଅନ୍ତିମ ତଥା ୩୬ତମ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି। କାରଣ ଶକ୍ତିଶାଳୀ ନେଦରଲାଣ୍ଡସ୍ ଟିମ୍ ଶନିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ବେଲଜିୟମ୍ର ଖେଳାଳିମାନେ ଇଂଲଣ୍ଡକୁ ଏକତରଫା ଭାବରେ ହରାଇ ଦେଇଥିଲେ।