ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତ୍ରୟୋଦଶ ଦିନରେ ସୋମବାର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡକୁ ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରୁ ବିଦାୟ ନେଇଛି।

Advertisment

ଏକତରଫା ମ୍ୟାଚରେ ଇଂଲଣ୍ଡ ୨ ଗୋଲ ଦେଇ ଚଳିତ ବିଶ୍ୱକପ୍‌ର ୨୫ତମ ମ୍ୟାଚକୁ ଜିତିଛି।  ଆଜି ରାତି ୭ଟାରେ ଚୀନ ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା ହେବ।

publive-image

ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆଉ ୬ ଦିନ ପରେ ଶେଷ ହେବ। ଓଡ଼ିଶାରେ ଅଥବା କଳିଙ୍ଗ ହକି ଗ୍ରାଉଣ୍ଡରେ ପୁଣି ଥରେ କେବେ ବିଶ୍ୱକପ୍‌ର ଆୟୋଜନ ହେବ ତାହା ଏବେ ଠାରୁ କେହି କହି ପାରିବେ ନାହିଁ। ଯେହେତୁ ଏବେ ହକି ବିଶ୍ୱକପ୍‌ ଚାଲିଛି, ଏହାକୁ ଦେଖିବାର ସୁଯୋଗ ହାତ ଛଡ଼ା କରି ନାହାନ୍ତି ଭୁବନେଶ୍ୱର ତଥା ଓଡ଼ିଶାର ହକିପ୍ରେମୀ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ଥିବାରୁ ଟିକେଟ ମିଳିବା କଷ୍ଟ ହୋଇଯାଇଛି।  କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।