ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଆୟରଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୨-୧ରେ ବିଜୟୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତୃତୀୟ ଦିବସରେ ଶୁକ୍ରବାର ଅଷ୍ଟ୍ରେଲିଆର ଖେଳାଳିମାନେ ଆୟରଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଶୈଳୀରେ ଖେଳିଛନ୍ତି। ଆୟରଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଗୋଭର ଓ ବ୍ରାଣ୍ଡ ଗୋଲ ଦେଇଥିବା ବେଳେ ଆୟରଲାଣ୍ଡର ଖେଳାଳି ଡୋନେଗହୁ ଏକମାତ୍ର ଗୋଲ ଦେଇଥିଲେ।

ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୫ମ ମ୍ୟାଚରେ ଆୟରଲାଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ରଣନୀତି କରିଥିଲା। ତୃତୀୟ କ୍ୱାର୍ଟର ସୁଦ୍ଧା ଅଷ୍ଟ୍ରେଲିଆ ୨ଟି ଗୋଲ ଦେଇଥିବା ବେଳେ ଆୟରଲାଣ୍ଡ ଗୋଟିଏ ଗୋଲ ଦେଇଥିଲା।

ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ‘ପୁଲ-ବି’ର ଅନ୍ୟତମ ମୁକାବିଲା ଇଂଲଣ୍ଡ ଓ ଚୀନ ମଧ୍ୟରେ ହେବାକୁ ଯାଉଛି। ଇଂଲଣ୍ଡର ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କୁ ଚୀନର ନବାଗତ ଖେଳାଳିମାନେ ସମ୍ମୁଖୀନ ହେବେ।

ସମ୍ବନ୍ଧିତ ଖବର