ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ବଢୁଛି ଉତ୍କଣ୍ଠା, ରାତି ୭ଟାକୁ ଦର୍ଶକଙ୍କ ଅପେକ୍ଷା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ଦର୍ଶକଙ୍କ ନଜର କେବଳ ବିଶ୍ୱର ଶକ୍ତିଶାଳୀ ୨ଟି ଟିମ୍‌ କେତେବେଳେ କଳିଙ୍ଗ ଗ୍ରାଉଣ୍ଡରେ ଛିଡ଼ା ହେବେ।

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଅନ୍ତିମ ତଥା ୩୬ତମ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି। କାରଣ ଶକ୍ତିଶାଳୀ ନେଦରଲାଣ୍ଡସ୍‌ ଟିମ୍‌ ଶନିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ବେଲଜିୟମ୍‌ର ଖେଳାଳିମାନେ ଇଂଲଣ୍ଡକୁ ଏକତରଫା ଭାବରେ ହରାଇ ଦେଇଥିଲେ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜନ ହୋଇଥିବା ବିଶ୍ୱକପ୍‌କୁ ଓଡ଼ିଶାର ଦର୍ଶକ ଏବଂ ପ୍ରଶଂସକ ବହୁ ଆଶାବାଦୀ। ପୁଣି କେତେ ବର୍ଷ ପରେ କଳିଙ୍ଗ ହକି ଗ୍ରାଉଣ୍ଡରେ ବିଶ୍ୱକପ୍‌ ମ୍ୟାଚ ହେବା, ତାହା ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ। ଯେହେତୁ ବିଶ୍ୱକପ୍‌ ଦେଖିବାକୁ ସୁଯୋଗ ଆସିଛି, ଦର୍ଶକମାନେ ଏଥିରୁ ଲାଭ ଉଠାଇବା ସାଧାରଣ କଥା।

ସମ୍ବନ୍ଧିତ ଖବର