ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ନେଦରଲାଣ୍ଡସ୍‌ ବିରୋଧରେ ଜର୍ମାନୀ ୪-୧ରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପଞ୍ଚଦଶ ମ୍ୟାଚରେ ନେଦରଲାଣ୍ଡସ୍‌ ବିରୋଧରେ ଜର୍ମାନୀ ୪-୧ ଗୋଲରେ ବିଜୟୀ ହୋଇଛି। ଆରମ୍ଭରୁ ସଫଳ ରଣନୀତି ପ୍ରସ୍ତୁତ କରିଥିବା ଜର୍ମାନୀ ବୁଧବାର ଆକ୍ରମଣାତ୍ମକ ଭାବରେ ଖେଳିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ମ୍ୟାଚରେ ଜର୍ମାନୀର ଖେଳାଳିମାନେ ସକ୍ରିୟ ଥିଲେ। ଦର୍ଶକପୂର୍ଣ୍ଣ ହକି ଗ୍ରାଉଣ୍ଡରେ ଖେଳାଳିମାନେ ପୂର୍ବ ଯୋଜନା ଅନୁସାରେ ଖେଳିଥିଲେ। ଜର୍ମାନୀ ୪ଟି ଗୋଲ ଦେଇଥିବା ବେଳେ ନେଦରଲାଣ୍ଡସ୍‌ କେବଳ ଗୋଟିଏ ଗୋଲ ଦେଇ ପାରିଛି।

‘ପୁଲ-ଡି’ର ୪ର୍ଥ ମ୍ୟାଚରେ ଆଜି ରାତି ୭ଟାରେ ମାଲେସିଆକୁ ପାକିସ୍ତାନ ଟକ୍କର ଦେବ।

ଏହି ମ୍ୟାଚ ଦେଖିବାକୁ ଦର୍ଶକ ଉତ୍ସାହିତ ଥିବା ଜଣାପଡୁଛି। ପୂର୍ବରୁ ‘ପୁଲ-ଡି’ର ପ୍ରଥମ ମ୍ୟାଚରେ ମାଲେସିଆ ବିପକ୍ଷରେ ନେଦରଲାଣ୍ଡ ଏକତରଫା ଖେଳି ୭-୦ ଗୋଲରେ ବିଜୟୀ ହୋଇଛି। ସେହିପରି ଅନ୍ୟ ଏକ ମ୍ୟାଚରେ ପାକିସ୍ତାନକୁ ଜର୍ମାନୀ ୧-୦ ଗୋଲରେ ପରାସ୍ତ କରିଛି।

ସମ୍ବନ୍ଧିତ ଖବର