ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୫-୧ ଗୋଲରେ କାନାଡାକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ଶନିବାର ଭାରତୀୟ ଖେଳାଳିମାନେ ପ୍ରଶଂସନୀୟ ପଦ୍ରଦର୍ଶନ କରିଛନ୍ତି। ଭାରତ ଚଳିତ ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୨୨ତମ ମ୍ୟାଚରେ ୫-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏଥି ସହିତ ଭାରତ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ କ୍ୱାର୍ଟରରେ ଭାରତ ପ୍ରଥମ ଗୋଲ ଦେଇଥିଲା। ଦ୍ୱିତୀୟ କ୍ୱାର୍ଟରରେ କାନାଡା ଏକ ଗୋଲ ଦେଇ ମ୍ୟାଚ ସମାନ ସ୍ତରକୁ ଆଣିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ଭାରତ କ୍ରମାଗତ ଭାବରେ ୨ଟି ଗୋଲ ଦେଇ ମ୍ୟାଚ ୪-୧ରେ ଆଗକୁ ବଢ଼ିଥିଲା।

କାନାଡା ବିପକ୍ଷରେ ଆଜି ଭାରତର ଶେଷ ଲିଗ୍‌ ମ୍ୟାଚ ହୋଇଥିବାରୁ କଳିଙ୍ଗ ହକି ଗ୍ରାଉଣ୍ଡରେ ପ୍ରବଳ ମାତ୍ରାରେ ଦର୍ଶକ ଉପସ୍ଥିତ ଥିଲେ। ହକିପ୍ରେମୀ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଛି।

କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ପୁରୁଷ ହକି ବିଶ୍ୱକପ୍‌ର ୨୧ତମ ମ୍ୟାଚରେ ଶନିବାର ବେଲ୍‌ଜିୟମ ୫-୧ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ପ୍ରଥମ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକାର ଖେଳାଳି ମ୍ୟାଚ୍‌ର ପ୍ରଥମ ଗୋଲ ଦେବା ପରେ ବେଲଜିୟମ୍‌ର ଖେଳାଳିମାନେ ସତର୍କ ହୋଇ ଯାଇଥିଲେ। ଏହା ପରେ ସେମାନେ ଆଉ ପଛକୁ ଫେରି ନଥିଲେ। ଟିମ୍‌ର ସମସ୍ତ ଖେଳାଳି ଏକଜୁଟ ହୋଇ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଶେଷରେ ମ୍ୟାଚ୍‌ ୫-୧ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର