ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ନେଦରଲାଣ୍ଡସ୍‌ ୫-୧ରେ ପାକିସ୍ତାନ ବିପକ୍ଷରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ରବିବାର ୨ୟ ମୁକାବିଲାରେ ନେଦରଲାଣ୍ଡସ୍‌ ୫-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଚଳିତ ବିଶ୍ୱକପ୍‌ର ୨୪ତମ ମ୍ୟଚରେ ନେଦରଲାଣ୍ଡସ୍‌ ପ୍ରଥମ ଗୋଲ୍‌ ପାକିସ୍ତାନକୁ ଦେଇଥିଲା।

କିଛି ସମୟ ପରେ ପାକିସ୍ତାନ ଏକ ଗୋଲ ଦେଇ ମ୍ୟାଚ ସମାନ ସ୍ତରକୁ ଆଣିଥିଲା। ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ନେଦରଲାଣ୍ଡସ୍‌ ୨-୧ ଗୋଲରେ ଅଗ୍ରଣୀ ଥିଲା। କ୍ୱାର୍ଟର-୩ ବେଳକୁ ପାକିସ୍ତାନ ୧-୨ ଗୋଲରେ ପଛରେ ଥିଲା। ଶେଷ କ୍ୱାର୍ଟରରେ ପାକିସ୍ତାନ ବିପକ୍ଷରେ ନେଦରଲାଣ୍ଡସ୍‌ ୨ଟି ଗୋଲ ଦେଇଥିଲା।

ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ଲିଗ୍‌ ପର୍ଯ୍ୟାୟରେ ଡିସେମ୍ବର ୯ ଶେଷ ରବିବାର ଥିବାରୁ କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଆଜି ପ୍ରବଳ ଭିଡ଼ ରହିଛି। କାରଣ ଆସନ୍ତା ରବିବାର ଫାଇନାଲ ମ୍ୟାଚ ଥିବାରୁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। ଦର୍ଶକମାନେ ଉତ୍ସାହର ସହିତ ପାକିସ୍ତାନ-ନେଦରଲାଣ୍ଡସ୍‌ ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି।

ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ନେଦରଲାଣ୍ଡ ୩ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ୬ ପଏଣ୍ଟ ହାସଲ କରିଛି। ପାକିସ୍ତାନ ୩ଟି ମ୍ୟାଚ ଖେଳି ୨ଟିରେ ହାରି ଥିବା ବେଳେ ଗୋଟିଏ ମ୍ୟାଚ ଡ୍ର କରି ୧ ପଏଣ୍ଟ ହାସଲ କରିଛି।

 

ସମ୍ବନ୍ଧିତ ଖବର