ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ତ୍ରୟୋଦଶ ଦିନରେ ସବୁଠାରୁ କମ୍ ଗୋଲ ଦେଖାଯାଇଛି। କ୍ରସ ଓଭରରେ ଖେଳାଯାଇଥିବା ୨ଟି ମ୍ୟାଚରେ ଚଳିତ ବିଶ୍ୱକପ୍ର ସର୍ବନିମ୍ନ ୩ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୨-୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚରେ ଫ୍ରାନ୍ସ ୧-୦ ଗୋଲ୍ରେ ଚୀନ ବିପକ୍ଷରେ ବିଜୟୀ ହୋଇଛି। ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିବା ବେଳେ ୩ୟ କ୍ୱାର୍ଟରେ ଫ୍ରାନ୍ସ ଏକ ଗୋଲ ଦେଇଥିଲା।
/sambad/media/post_attachments/wp-content/uploads/2018/12/FRA-Vs-CHI1-300x208.jpg)
ହକି ବିଶ୍ୱକପ୍ର ଚତୁର୍ଦ୍ଦଶ ଦିବସରେ କ୍ରସଓଭର ମ୍ୟାଚରେ ମଙ୍ଗଳବାର ପାକିସ୍ତାନକୁ ବେଲଜିୟମ ଭେଟିବ। ସେହିପରି ଅନ୍ୟ ଏକ ମ୍ୟାଚ ନେଦରଲାଣ୍ଡସ୍ ଓ କାନାଡା ମଧ୍ୟରେ ଖେଳାଯିବ।
ସୋମବାର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡକୁ ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ହକି ବିଶ୍ୱକପ୍ର ୧୪ତମ ସଂସ୍କରଣରୁ ବିଦାୟ ନେଇଛି। ଏକତରଫା ମ୍ୟାଚରେ ଇଂଲଣ୍ଡ ୨ ଗୋଲ ଦେଇ ଚଳିତ ବିଶ୍ୱକପ୍ର ୨୫ତମ ମ୍ୟାଚକୁ ଜିତିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/ENG-Vs-NZ1.jpg)