ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ତ୍ରୟୋଦଶ ଦିନରେ ସର୍ବନିମ୍ନ ୩ଟି ଗୋଲ, ଆସନ୍ତାକାଲି ପାକିସ୍ତାନକୁ ଭେଟିବ ବେଲଜିୟମ

ନେଦରଲାଣ୍ଡସ୍‌-କାନାଡା ମଧ୍ୟରେ ହେବ ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତ୍ରୟୋଦଶ ଦିନରେ ସବୁଠାରୁ କମ୍‌ ଗୋଲ ଦେଖାଯାଇଛି। କ୍ରସ ଓଭରରେ ଖେଳାଯାଇଥିବା ୨ଟି ମ୍ୟାଚରେ ଚଳିତ ବିଶ୍ୱକପ୍‌ର ସର୍ବନିମ୍ନ ୩ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୨-୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚରେ ଫ୍ରାନ୍ସ ୧-୦ ଗୋଲ୍‌ରେ ଚୀନ ବିପକ୍ଷରେ ବିଜୟୀ ହୋଇଛି। ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିବା ବେଳେ ୩ୟ କ୍ୱାର୍ଟରେ ଫ୍ରାନ୍ସ ଏକ ଗୋଲ ଦେଇଥିଲା।

ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ଦିବସରେ କ୍ରସଓଭର ମ୍ୟାଚରେ ମଙ୍ଗଳବାର ପାକିସ୍ତାନକୁ ବେଲଜିୟମ ଭେଟିବ। ସେହିପରି ଅନ୍ୟ ଏକ ମ୍ୟାଚ ନେଦରଲାଣ୍ଡସ୍‌ ଓ କାନାଡା ମଧ୍ୟରେ ଖେଳାଯିବ।

ସୋମବାର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡକୁ ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରୁ ବିଦାୟ ନେଇଛି। ଏକତରଫା ମ୍ୟାଚରେ ଇଂଲଣ୍ଡ ୨ ଗୋଲ ଦେଇ ଚଳିତ ବିଶ୍ୱକପ୍‌ର ୨୫ତମ ମ୍ୟାଚକୁ ଜିତିଛି।

ସମ୍ବନ୍ଧିତ ଖବର