ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ପାକିସ୍ତାନୀ ଖେଳାଳିଙ୍କ ଉପରେ ନଜର ରଖିବେ ଦର୍ଶକ

‘ପୁଲ-ଡି’ରେ ସନ୍ଧ୍ୟା ୫ଟାରେ ମାଲେସିଆକୁ ଭେଟିଛି ଜର୍ମାନୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଦ୍ୱାଦଶ ଦିନରେ ରବିବାର ପ୍ରଥମ ମ୍ୟାଚ ସନ୍ଧ୍ୟା ୫ଟାରେ ମାଲେିସଆକୁ ଜର୍ମାନୀ ଭେଟିଛି। ସେହିପରି ରାତି ୭ଟାରେ ‘ପୁଲ-ଡି’ରେ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ନେଦରଲାଣ୍ଡ ୨ଟି ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟୀ ହୋଇଥିବା ୩ ପଏଣ୍ଟ ହାସଲ କରିଛି।

ପାକିସ୍ତାନ ୨ଟି ମ୍ୟାଚ ଖେଳି ଗୋଟିଏ ହାରି ଥିବା ବେଳେ ଗୋଟିଏ ମ୍ୟାଚ ଡ୍ର କରି ୧ ପଏଣ୍ଟ ହାସଲ କରିଛି। ପୁରୁଷ ହକି ବିଶ୍ୱକପ୍‌ ଭାରତରେ ଅନୁଷ୍ଠିତ ହେଉଥିବାରୁ ଏଠାକାର ଦର୍ଶକମାନେ ପାକିସ୍ତାନୀ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବା ସୁନିଶ୍ଚିତ।

ଆଜିର ପ୍ରଥମ ମ୍ୟାଚ୍‌ ‘ପୁଲ-ଡି’ର ଶ୍ରେଷ୍ଠ ଟିମ୍‌ ଜର୍ମାନୀ ଓ ମାଲେସିଆ ମଧ୍ୟରେ ଖେଳାଯାଉଛି। ଲିଗ୍‌ ପର୍ଯ୍ୟାୟରେ ଜର୍ମାନୀ ୨ଟି ମ୍ୟାଚ ଜିତି ୬ ପଏଣ୍ଟ ହାସଲ କରିଥିବା ବେଳେ ମାଲେସିଆ ଗୋଟିଏ ମ୍ୟାଚ ହାରିଛି ଏବଂ ଗୋଟଏ ଡ୍ର ରଖି ଗୋଟିଏ ପଏଣ୍ଟ ପାଇଛି।

ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ଲିଗ୍‌ ପର୍ଯ୍ୟାୟରେ ଡିସେମ୍ବର ୯ ଶେଷ ରବିବାର ଥିବାରୁ କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଆଜି ପ୍ରବଳ ଭିଡ଼ ରହିଛି। କାରଣ ଆସନ୍ତା ରବିବାର ଫାଇନାଲ ମ୍ୟାଚ ଥିବାରୁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। ଦର୍ଶକମାନେ ଉତ୍ସାହର ସହିତ ପାକିସ୍ତାନ-ନେଦରଲାଣ୍ଡସ୍‌ ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର