ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ସ୍ପେନ୍‌-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ୨-୨ରେ ଡ୍ର

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ୯ମ ଦିନରେ ଗୁରୁବାର ସ୍ପେନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଛି। ପୁଲ-ଏ ମ୍ୟାଚରେ ସ୍ପେନ୍‌ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଖେଳିଥିଲା। ମାତ୍ର ୩ୟ ଓ ୪ର୍ଥ କ୍ୱାର୍ଟରରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ସକ୍ରିୟ ହୋଇଥିଲେ। ଫଳରେ ଏହି ରୋମାଞ୍ଚକ ମ୍ୟାଚ୍‌ ୨-୨ ଗୋଲରେ ଡ୍ର ହୋଇଛି।

ଆଜି ରାତି ୭ଟାରେ ଚଳିତ ହକି ବିଶ୍ୱକପରେ ୧୯ତମ ମ୍ୟାଚ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ହେବ। ପୂର୍ବରୁ ଶକ୍ତିଶାଳୀ ଆର୍ଜେଣ୍ଟିନା ଟିମ ଡିସେମ୍ବର ୩ରେ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିଥିଲା। ସେହିପରି ଡିସେମ୍ବର ୩ରେ ସ୍ପେନ ଏବଂ ଫ୍ରାନ୍ସ ମ୍ୟାଚ ୧-୧ରେ ଡ୍ର ହୋଇଥିଲା।

ସମ୍ବନ୍ଧିତ ଖବର