ଭୁବନେଶ୍ବର : ଜାତୀୟ ବରିଷ୍ଠ ମହିଳା ଫୁଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ସେମିଫାଇନାଲ୍ରେ ପ୍ରବେଶ କରିଛି। ଶୁକ୍ରବାର ଚଣ୍ଡିଗଡ଼ ବିପକ୍ଷ ମ୍ୟାଚ୍କୁ ଓଡ଼ିଶା ୨-୦ ଗୋଲ୍ରେ ବିଜୟୀ ହୋଇ ଏହି ଯୋଗ୍ୟତା ଅର୍ଜନ କରିଛି। ଓଡ଼ିଶା ପାଇଁ ସତ୍ୟବତୀ ଖଡ଼ିଆ ୨୭ ଓ ୮୭ ମିନିଟ୍ରେ ଦୁଇଟି ଗୋଲ୍ ଦେଇ ଦଳକୁ ଜିତାଇଥିଲେ। ଏହାଫଳରେ ଓଡ଼ିଶା ଗ୍ରୁପ୍ ଏ’ରେ ୫ ମ୍ୟାଚ୍ରୁ ୪ ବିଜୟ ସହ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍ର ଦ୍ବିତୀୟ ସ୍ଥାନରେ ରହିଥିଲା। ଏହି ଗ୍ରୁପ୍ରୁ ତାମିଲନାଡୁ ୧୫ ପଏଣ୍ଟ ପାଇ ଅନ୍ୟତମ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଛି।
ଜାତୀୟ ମହିଳା ଫୁଟ୍ବଲ୍ ସେମିରେ ଓଡ଼ିଶା
/sambad/media/post_attachments/wp-content/uploads/2023/06/9-Satyabati-Khadia.jpg)