ରଣଜୀ ଟ୍ରଫି: ଓଡ଼ିଶା ପାଳି ଭୁଶୁଡ଼ିଲା, ହରିଆଣା ୧୪୮ ରନ୍‌ରେ ଆଗୁଆ

କଟକ: ପ୍ରଥମ ଦିନ ହରିଆଣା ପ୍ରଥମ ପାଳିକୁ ମାତ୍ର ୯୦ ରନ୍‌ରେ ସଫା କରିଦେଇ ଅଗ୍ରଣୀ ହାସଲ କରିଥିବା ଓଡ଼ିଶାର ପ୍ରଥମ ପାଳି ଦ୍ବିତୀୟ ଦିନ ପ୍ରଥମ ଘଣ୍ଟାକ ମଧ୍ୟରେ ଭୁଶୁଡ଼ିଗଲା। ଅଭିଜ୍ଞ ବିପ୍ଲବ ସାମନ୍ତରାୟ ତାଙ୍କର ୨୧ତମ ଅର୍ଧଶତକ ହାସଲ କରିବା ସତ୍ତ୍ବେ ଅନ୍ୟମାନେ ପୂରା ଆଣ୍ଠେଇ ପଡ଼ିଲେ। ଯାହାଫଳରେ ଓଡ଼ିଶା ପ୍ରଥମ ପାଳି ୧୬୦ ରନ୍‌ରେ ଶେଷ ହୋଇଯାଇଥିଲା। ଏଥି ସହିତ ମାତ୍ର ୭୦ ରନ୍‌ର ଅଗ୍ରଣୀ ପାଇଥିଲା। ତେବେ ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ଘରୋଇ ଦଳ ୭୫ ଓଭର ଖେଳି ୫ ଵିକେଟ ବିନିମୟରେ ୨୧୮ ରନ୍‌ କରି ଚମତ୍କାର ପ୍ରତ୍ୟାବର୍ତନ କରିଛି। ଘରୋଇ ଦଳ ମଧ୍ୟ ୧୪୮ ରନ୍‌ର ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ପାଇଯାଇଛି।

ପ୍ରଥମ ଦିନସ ଅସମାପ୍ତ ସ୍କୋର୍‌ ୧୪୧/୫ରୁ ରବିବାର ଖେଳିଥିବା ଓଡ଼ିଶା ଆଉ ୧୯ ରନ୍‌ ମଧ୍ୟରେ ଅବଶିଷ୍ଟ ୫ ୱିକେଟ୍‌ ହରାଇଥିଲା। ଏପରିକି ୧୦ ରନ୍‌ ମଧ୍ୟରେ ମଧ୍ୟ ଶେଷ ୫ ୱିକେଟ୍‌ ହରାଇ ଏକ ବଡ଼ ବ୍ୟବଧାନର ଅଗ୍ରଣୀ ସୁଯୋଗ ହାତଛଡ଼ା କରିଥିଲା। ଘରୋଇ ଦଳର ଟିନୁ କୁଣ୍ଡୁ ୫ ୱିକେଟ୍‌ ଅକ୍ତିଆର କରି ଓଡ଼ିଶା ପାଳି ବିଗାଡ଼ି ଦେଇଥିଲେ। ଚତୁର୍ଥ ଓଭରରେ ଟିନୁ କୁଣ୍ଡୁ ଉଭୟ ସୁଜିତ ଲେଙ୍କା (୨୬) ଓ ସୂର୍ଯ୍ୟକାନ୍ତ ପ୍ରଧାନ (୦)ଙ୍କୁ ଆଉଟ୍‌ କରିଥିଲେ। ଏହାପରେ ବିପ୍ଲବ ୧୧୦ ବଲ୍‌ରୁ ଅର୍ଧଶତକ ହାସଲ କରିଥିଲେ। ହେଲେ ୬୧ତମ ଓଭରରେ ରାଜେଶ ମହାନ୍ତି (୬) ଓ ବସନ୍ତ ମହାନ୍ତି (୦)ଙ୍କୁ ଆଉଟ କରି ଟିନୁ କୁଣ୍ତୁ ୫ ଵିକେଟ ସଫଳତା ପାଇଥିଲେ। ସ˚ଘର୍ଷ ଜାରି ରଖିଥିବା ବିପ୍ଲବ ଶେଷ ଵିକେଟ ଭାବେ‌ ଆଉଟ୍‌ ହୋଇଥିଲେ। ସେ ୧୧୬ ବଲ୍‌ରୁ ୮ ଚୌକା ସହାୟତାରେ ୫୨ ରନ୍‌ କରିଥିଲେ। ଓଡ଼ିଶା ୬୧.୧ ଓଭରରେ ୧୬୦ ରନ୍‌ କରିପାରିଥିଲା। ଟିନୁଙ୍କ ୫ ବାଦ୍‌ ହର୍ଷଲ ପଟେଲ ୩ ଵିକେଟ ଅକ୍ତିଆର କରି ସଫଳ ବୋଲର ରହିଥିଲେ।

ଏହାପରେ ହରିଆଣା ଦ୍ବିତୀୟ ପାଳିରେ ଶୁଭମ୍‌ ରୋହିଲା ଓ ଅଙ୍କିତ କୁମାର ଓଡ଼ିଶା ବୋଲରଙ୍କୁ ଖୁବ୍‌ କନ୍ଦାଇଥିଲେ। ରକ୍ଷଣାତ୍ମକ ଖେଳିବା ସହ ବୋଲରଙ୍କ ପାଇଁ ଗୋଟିଏ ହେଲେ ସୁଯୋଗ ଦେଇନଥିଲେ। ପ୍ରଥମ ଵିକେଟ୍‌ରେ ୧୦୧ ରନ୍‌ର ଭାଗୀଦାରି ହେବା ପରେ ରାଜେଶ ଧୂପର ଏହି ଯୋଡ଼ି ଭାଙ୍ଗି ଥିଲେ। ଅଙ୍କିତ ୪୬ ରନ୍‌ କରିଥିଲା ବେଳେ ରନ୍‌ଆଉଟ ହୋଇଥିଲେ। ପଛକୁ ପଛ ଶୁଭମ୍‌ (୪୮) ଓ ନିତିନ ସୈନି (୬)ଙ୍କୁ ରାଜେଶ ମହାନ୍ତି ଆଉଟ୍‌ କରି ଓଡ଼ିଶା ଶିବିରରେ ଆଶ୍ବସ୍ତି ଆଣିଥିଲେ। ମଧ୍ୟକ୍ରମରେ ଆସିଥିବା ଶିବମ ଚୌହାନ (୧୩) ଓ ହିମା˚ଶୁ ରଣା (୪୦)ଙ୍କୁ ସୂର୍ଯ୍ୟକାନ୍ତ ଆଉଟ୍‌ କରିବାରୁ ଦ୍ବିତୀୟ ଦିନ ସୁଦ୍ଧା ଅଧା ଵିକେଟ୍‌ ଓଡ଼ିଶା ଦଖଲରେ ରହିଥିଲା। ଷ୍ଟମ୍ପ୍ସ ଅପସାରଣ ବେଳକୁ ପ୍ରମୋଦ ଚାଣ୍ତିଲା ୨୪* ଓ ହର୍ଷଲ ପଟେଲ ୨୫* ରନ୍‌ କରି ଅପରାଜିତ ଅଛନ୍ତି।

ସ˚କ୍ଷିପ୍ତ ସ୍କୋର: ହରିଆଣା ପ୍ରଥମ ପାଳି ୩୧ ଓଭରରେ ୯୦ (ଶୁଭମ ରୋହିଲା ୨୦, ସୂର୍ଯ୍ୟକାନ୍ତ ପ୍ରଧାନ ୬/୩୬, ରାଜେଶ ମହାନ୍ତି ୨/୩୦)। ଓଡ଼ିଶା ପ୍ରଥମ ପାଳି ୬୧.୧ ଓଭରରେ ୧୬୦ (ବିପ୍ଲବ ସାମନ୍ତରାୟ ୫୨, ରାଜେଶ ଧୂପର ୨୪, ସୁଜିତ ଲେଙ୍କା ୨୬, ଟିନୁ କୁଣ୍ତୁ ୫/୨୫, ହର୍ଷଲ ପଟେଲ ୩/୫୨)। ହରିଆଣା ଦ୍ବିତୀୟ ପାଳି ୭୫ ଓଭରରେ ୨୧୮/୫ (ଶୁଭମ୍‌ ରୋହିଲା ୪୮, ଅଙ୍କିତ କୁମାର ୪୬, ହିମା˚ଶୁ ରାଣା ୪୦, ସୂର୍ଯ୍ୟକାନ୍ତ ପ୍ରଧାନ ୨/୬୭, ରାଜେଶ ମହାନ୍ତି ୨/୫୦)।

ସମ୍ବନ୍ଧିତ ଖବର