କଟକ: ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଚାଲିଥିବା ଜାତୀୟ କନିଷ୍ଠ ପୁରୁଷ ହକି (ଡିଭିଜନ୍-ଏ) ସେମିଫାଇନାଲ୍ରେ ଓଡ଼ିଶା ପ୍ରବେଶ କରିଛି। ସେମିଫାଇନାଲ୍ରେ ବୁଧବାର ଓଡ଼ିଶାର ମୁକାବିଲା ମଧ୍ୟପ୍ରଦେଶ ସହିତ ହେବ। ସୋମବାର କ୍ବାର୍ଟର ଫାଇନାଲ୍ରେ ଓଡ଼ିଶା ୩-୨ ଗୋଲ୍ରେ ଗାଙ୍ଗପୁର-ଓଡ଼ିଶାକୁ ହରାଇଛି। ମ୍ୟାଚ୍ର ୯ ଓ ୨୦ ମିନିଟ୍ରେ ଅଜୟ ଏକ୍କା ଓ ପ୍ରଦୀପ ଲାକ୍ରା ଦୁଇଟି ଗୋଲ୍ ଦେଇ ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ୨୫ ମିନିଟ୍ରେ ଗାଙ୍ଗପୁରର ସୁଦୀପ କିର୍ମାକୋ ଗୋଟିଏ ଗୋଲ୍ ଶୁଝି ଦେଇଥିଲେ ହେଁ ୩ ମିନିଟ୍ ପରେ ପ୍ରଦୀପଙ୍କ ଦ୍ବିତୀୟ ଗୋଲ୍ ବଳରେ ଓଡ଼ିଶା ପୁଣି ଆଗେଇ ଯାଇଥିଲା। ୪୦ତମ ମିନିଟ୍ରେ ପୁରଣ କେର୍କେଟା ଗାଙ୍ଗପୁର ପାଇଁ ଦ୍ବିତୀୟ ଗୋଲ୍ ଦେଇଥିଲେ। ହେଲେ ମ୍ୟାଚ୍ ଶେଷ ହେବାବେଳକୁ ଆଉ କୌଣସି ଗୋଲ୍ ନହେବାରୁ ଓଡ଼ିଶା ସେମି ଫାଇନାଲ୍ ସ୍ଥାନ ପକ୍କା କରିନେଇଥିଲା। ସୋମବାରର ପ୍ରଥମ କ୍ବାର୍ଟର ଫାଇନାଲ୍ରେ ମଧ୍ୟପ୍ରଦେଶ ୩-୨ ଗୋଲ୍ରେ ଚଣ୍ଡୀଗଡ଼କୁ ପରାସ୍ତ କରିଥିଲା। ଅନ୍ୟ ଦୁଇ କ୍ବାର୍ଟର ଫାଇନାଲ୍ରେ ପଞ୍ଜାବକୁ ୨-୦ରେ ହରିଆଣା ଏବଂ ସାଇକୁ ୩-୨ ଗୋଲ୍ରେ ଉତ୍ତର ପ୍ରଦେଶ ପରାସ୍ତ କରି ସେମିଫାଇନାଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି।
ଗାଙ୍ଗପୁରକୁ ହରାଇ ସେମିରେ ଓଡ଼ିଶା
ଜାତୀୟ କନିଷ୍ଠ ହକି
/sambad/media/post_attachments/wp-content/uploads/2019/02/odisha-hokey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)