ଜେଏସଡବ୍‌ଲ୍ୟୁ ଯୁବ କପ୍‌ ଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ବର: କର୍ଣ୍ଣାଟକର ବେଲାରିଠରେ ଚାଲିଥିବା ଜେଏସ୍‌ଡବ୍‌ଲ୍ୟୁ ଯୁବ କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତା (୧୫ ବର୍ଷରୁ କମ୍‌)ରେ ସ୍ପୋର୍ଟସ ଓଡ଼ିଶା ପ୍ରଥମ ଥର ଫାଇନାଲ୍‌କୁ ଉନ୍ନୀତ ହୋଇ ଇତିହାସ ରଚିଛି। ରିଲାଏନ୍ସ ଫାଉଣ୍ଡେସନ୍‌ ୟଙ୍ଗ୍ ଚାମ୍ପ୍‌ ବିପକ୍ଷ କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ ମ୍ୟାଚ୍‌ ଗୋଲଶୂନ୍ୟ ରହିବା ପରେ ଟାଇବ୍ରେକରରେ ସ୍ପୋର୍ଟସ ଓଡ଼ିଶା ୪-୨ରେ ବିଜୟୀ ହୋଇଥିଲା। ବେଙ୍ଗାଲୁରୁ ଏଫସି ୟଙ୍ଗଷ୍ଟର୍‌ ବନାମ ରାଉଣ୍ଡ୍‌ଗ୍ରାସ୍‌ ପଞ୍ଜାବ ଏଫସି ଦ୍ବିତୀୟ ସେମିଫାଇନାଲ୍‌ର ବିଜେତା ଦଳକୁ ଭେଟିବ ସ୍ପୋର୍ଟସ ଓଡ଼ିଶା।

ସମ୍ବନ୍ଧିତ ଖବର