ଭୁବନେଶ୍ବର: ତାମିଲନାଡୁର କୋଭିଲପଟୀଠାରେ ଚାଲିଥିବା ଦ୍ବାଦଶ ହକି ଇଣ୍ଡିଆ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶାର ଜୟଯାତ୍ରା ଜାରି ରହିଛି। ବୁଧବାର ପଞ୍ଜାବକୁ ୩-୧ ଗୋଲ୍ରେ ପରାସ୍ତ କରି ଓଡ଼ିଶା ଏହି ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛି। ଓଡ଼ିଶା ପାଇଁ ଆକାଶ ସୋରେଙ୍ଗ (୨୨ ମିନିଟ୍), ସଞ୍ଜୟ ଏକ୍କା (୪୧ ମିନିଟ୍), ଦେବୁକା ପୂର୍ତ୍ତି (୪୬ ମିନିଟ୍) ଗୋଲ୍ ଦେଇଥିଲେ। ପଞ୍ଜାବ ପକ୍ଷରୁ ଏକମାତ୍ର ଗୋଲ୍ ଦେଇଥିଲେ ଭରତ ଠାକୁର (୩ ମିନିଟ୍)। ଚମତ୍କାର ପ୍ରଦର୍ଶନ ଲାଗି ଓଡ଼ିଶା ଗୋଲ୍ ରକ୍ଷକ କୋମଲ ସୋରେଙ୍ଗ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ସଫଳତା ଲାଭି ଓଡ଼ିଶା ଦଳକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।
ଜାତୀୟ କନିଷ୍ଠ ହକି ସେମିଫାଇନାଲ୍ରେ ଓଡ଼ିଶା
/sambad/media/post_attachments/wp-content/uploads/2022/05/d4gd65a4g65da4gd654gd65gda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)