ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର କାକିନଡାଠାରେ ଚାଲିଥିବା ଜାତୀୟ କନିଷ୍ଠ ମହିଳା ହକିର ସେମିଫାଇନାଲ୍ରେ ଓଡ଼ିଶା ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ପ୍ରତିଯୋଗିତାର ଚତୁର୍ଥ ତଥା ଶେଷ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ଓଡ଼ିଶା ପେନାଲ୍ଟି ସୁଟଆଉଟ୍ରେ ୨-୧ (୦-୦) ଗୋଲ୍ରେ ଚଣ୍ଡିଗଡ଼କୁ ହରାଇ ଏହି ଐତିହାସିକ ସଫଳତା ଲାଭ କରିଛି। ଆଜିର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଉତ୍ଥାନ ପତନଭରା ମ୍ୟାଚ୍ର ନିର୍ଦ୍ଧାରିତ ସମୟରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ। ସେଥିପାଇଁ ଫଳାଫଳ ନିର୍ଣ୍ଣୟ ପାଇଁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ଓଡ଼ିଶା ବାଜି ମାରି ନେଇଥିଲା। ଓଡ଼ିଶା ପାଇଁ ଜ୍ୟୋତି ଛତ୍ରୀ ଏବଂ ମୁନମୁନ ଦାସ ଗୋଲ୍ କରିଥିଲେ। ତେବେ ଓଡ଼ିଶା ବିଜୟର ମୁଖ୍ୟ ନାୟିକା ଥିଲେ ଗୋଲ୍ରକ୍ଷିକା ନାମସି ଜାରିକା। ସେ ଚଣ୍ଡିଗଡ଼ ଖେଳାଳିଙ୍କ ଚାରିଟି ପ୍ରୟାସକୁ ନିଷ୍ଫଳ କରି ଓଡ଼ିଶାକୁ ସେମିଫାଇନାଲ୍ ଟିକେଟ ଉପହାର ଦେଇଥିଲେ। ଚଣ୍ଡିଗଡ଼ ପକ୍ଷରୁ କେବଳ ଗୁରମିଲ କୌର ଗୋଲ୍ ଦେବାକୁ ସକ୍ଷମ ହୋଇଥିଲେ। ଅନ୍ୟ ତିନିଟି କ୍ବାର୍ଟର ଫାଇନାଲ୍ ଲଢ଼େଇରେ ହରିୟାଣା ୬-୨ରେ କର୍ଣ୍ଣାଟକକୁ, ଝାଡ଼ଖଣ୍ଡ ୪-୦ରେ ଉତ୍ତର ପ୍ରଦେଶକୁ ଏବଂ ମହାରାଷ୍ଟ୍ର ୪-୨ ଗୋଲ୍ରେ ପଞ୍ଜାବକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଥିଲେ।
ଜାତୀୟ କନିଷ୍ଠ ମହିଳା ହକି, ସେମିଫାଇନାଲ୍ରେ ଓଡ଼ିଶା
/sambad/media/post_attachments/wp-content/uploads/2021/08/hockey-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)