ଜାତୀୟ ଥ୍ରୋ ବଲ୍‌ କ୍ବାର୍ଟରରେ ଓଡ଼ିଶା

ଭୁବନେଶ୍ବର: ନୂଆଦିଲ୍ଲୀର ରୋହଣୀଠାରେ ଚାଲିଥିବା ଜାତୀୟ ବରିଷ୍ଠ ‌ଥ୍ରୋ ବଲ୍‌ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ପ୍ରବେଶ କରିଛନ୍ତି। ରବିବାର ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ପୁରୁଷ ଦଳ ୧୩-୧୫, ୮-୧୫ ପଏଣ୍ଟ୍‌ରେ ହାରିଥିଲା ବେଳେ ପରବର୍ତ୍ତୀ ୩ ଲିଗ୍‌ ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ୧୫-୧, ୧୫-୦ରେ, ପଞ୍ଜାବକୁ ୧୫-୨, ୧୫-୩ରେ ଏବଂ ହରିୟାଣାକୁ ୧୫-୩, ୧୫-୧ରେ ପରାସ୍ତ କରି ଏହି ସ୍ଥାନ ପକ୍କା କରିଥିଲା। ସେହିପରି ବାଳିକା ଦଳ ନିଜର ୩ଟି ଯାକ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ମଧ୍ୟଭାରତକୁ ୧୫-୨, ୧୫-୫ରେ, ଦ୍ବିତୀୟରେ ବିହାରକୁ ୧୫-୧, ୧୫-୨ରେ ଏବଂ ତୃତୀୟରେ ତେଲେଙ୍ଗାନାକୁ ୧୫-୦, ୧୫-୩ ପଏଣ୍ଟ୍‌ରେ ହରାଇଥିଲା।

ସମ୍ବନ୍ଧିତ ଖବର