ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାରେ ଶନିବାର ଅପୂର୍ବ ସଫଳତା ଯୋଡ଼ି ହୋଇଛି। ରାଜ୍ୟର ଦୁଇ ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ୍ ସ୍ବସ୍ତି ସିଂହ ଓ ଦିନେଶ କୁମାର ଦିଲ୍ଲୀରେ ଚାଲିଥିବା ଏସୀୟ ଟ୍ରାକ୍ ସାଇକ୍ଲିଂ ଚାମ୍ପିଅନସିପ୍ରେ କାଂସ୍ୟ ପଦକ ଜିତିଛନ୍ତି। ଭାରତ ପ୍ରଥମ ଥର ପାଇଁ ଏଭଳି ପଦକ ଜିତିଛି। ସ୍ବସ୍ତି ଭାରତୀୟ ମହିଳା ଟିମ୍ ପର୍ସୁଟ୍ ଦଳରୁ ଏବଂ ଦିନେଶ ଭାରତୀୟ ପୁରୁଷ ପର୍ସୁଟ ଦଳରୁ ଏହି ଦୁଇ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଉଭୟ ରାଉରକେଲାରେ ଖେଳ ଜୀବନ ଆରମ୍ଭ କରି ଏବେ ଅନ୍ତର୍ଜାତୀୟ ସଫଳତା ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି।
ଓଡ଼ିଶାକୁ ଐତିହାସିକ ସଫଳତା: ଏସୀୟ ସାଇକ୍ଲିଂରେ ପଦକ ଜିତିଲେ ସ୍ବସ୍ତି ଓ ଦିନେଶ
/sambad/media/post_attachments/wp-content/uploads/2022/06/65fh4s65fh32fh321fhhffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)