ଭୁବନେଶ୍ବର: ନଭେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହୋଇଯାଇଥିବା ୱାକୋ ଇଣ୍ଡିଆ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଅତ୍ୟନ୍ତ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାକୁ ୧୯ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୫ କାଂସ୍ୟ ପଦକ ମିଳିଛି। ପ୍ରତିଯୋଗିତାରେ ସାରା ଦେଶର ୧୫ଟି ରାଜ୍ୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶା ଦଳ ତୃତୀୟ ସ୍ଥାନ ଗ୍ରହଣ କରି ସମଗ୍ର ରାଜ୍ୟବାସୀଙ୍କୁ ଗୌରବାନ୍ବିତ କରିଛନ୍ତି।
ବିଜୟୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଜୟ ଓଡ଼ିଶା ତଥା ଭୁବନେଶ୍ବର କିକ୍ ବକ୍ସିଂ ଆସୋସିଏସନ୍ ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ଉପସଭାପତି ସାରଦା ପ୍ରସନ୍ନ ଦାସ, ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ରାଉତ, ଯୁଗ୍ମ ସଂପାଦକ ପ୍ରକାଶ ବେହେରା, ଉପଦେଷ୍ଟା ବିଶ୍ବନାଥ ସ୍ୱର୍ଣକାର, ମୁଖ୍ୟ ଉପଦେଷ୍ଟା ଶ୍ରିତାଂସୁ ଦିୱେଦି, ଓଡ଼ିଶା କିକ୍ ବକ୍ସିଂ ସଂଘର ସଭାପତି ଅଭିଷେକ କୁମାର ଗୁପ୍ତା, ନରେନ ବାରିକ, ପୂର୍ଣ୍ଣଚନ୍ଦ୍ର ମହାରଣା, ସୁରେଶ ଜେନା ଓ ସତ୍ୟପିୟ ପାତ୍ର।