ନିର୍ଣ୍ଣାୟକ ମୋଡ଼ରେ ଓଡ଼ିଶା-ଝାଡ଼ଖଣ୍ତ ରଣଜୀ ମୁକାବିଲା, ଲକ୍ଷ୍ୟ ୨୬୦; ଓଡ଼ିଶା ୮୧/୩

କଟକ: ରାଞ୍ଚିଠାରେ ଚାଲିଥିବା ଓଡ଼ିଶା-ଝାଡ଼ଖଣ୍ତ ରଣଜୀ ଟ୍ରଫି ମୁକାବିଲା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି। ତୃତୀୟ ଦିବସ ଶେଷ ସୁଦ୍ଧା ଝାଡ଼ଖଣ୍ଡ୍‌ ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା ବେଳେ ଓଡ଼ିଶା ୩ ୱିକେଟ୍‌ ହରାଇ ୮୧ ରନ୍‌ କରିଛି। ଖରାପ ଫର୍ମରେ ଗତି କରୁଥିବା ଗୋବିନ୍ଦ ପୋଦ୍ଦାର (୭) ଓ ରାଜେଶ ଧୂପର (୧) ଏଥର ମଧ୍ୟ କିଛି କରିନପାରି ଦଳକୁ ନିରାଶ କରିଥିଲେ। ଅନ୍ୟପକ୍ଷରେ ପିଚ୍‌ରେ ଜମି ଆସୁଥିବା ଅନୁରାଗ ଷଡ଼ଙ୍ଗୀ ୪୧ ରନ୍‌ କରିଥିଲା ବେଳେ ବରୁଣ ଆରୋନ୍‌ଙ୍କ ଶିକାର ହୋଇଥିଲେ। ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଶୁଭ୍ରା˚ଶୁ ସେନାପତି (୨୦*) ଓ ବିପ୍ଲବ ସାମନ୍ତରାୟ (୧୦*) ସ୍ଥିତି ସୁଧାରିବାରେ ଲାଗିଛନ୍ତି। ଫଳରେ ରବିବାର ଚତୁର୍ଥ ତଥା ଶେଷ ଦିନରେ ଓଡ଼ିଶା ପାଇଁ ମ୍ୟାଚ୍‌ ଜିତିବାକୁ ହେଲେ ୧୭୯ ରନ୍‌ ଆବଶ୍ୟକ ହେଉଥିବା ବେଳେ ଘରୋଇ ଦଳ ୭ ଵିକେଟ୍‌ ଦଖଲ କରିବା ଚେଷ୍ଟାରେ ରହିବ। ଫଳରେ ଶେଷ ଦିନ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହେବା ଆଶଙ୍କାକୁ ଏଡାଇ ଦେଇହେବ ନାହିଁ। ଶେଷ ଦିନକୁ ପିଚ୍‌ ଆଉ ବୋଲରଙ୍କ ସପକ୍ଷରେ ଯିବା ସମ୍ଭାବନା ନଥିଲେ ବି ଝାଡ଼ଖଣ୍ତର ଦୃଢ ବୋଲି˚ କ୍ରମକୁ ସାମ୍ନା କରିବା ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ହେଲାଭଳି ମନେ ହେଉନାହିଁ। ଝାଡ଼ଖଣ୍ଡ ଦ୍ବିତୀୟ ପାଳିରେ ୨୮୮ ରନ୍‌ କରିଥିଲା।

ଦ୍ବିତୀୟ ଦିନର ଅସମାପ୍ତ ପାଳି (୧୦୭/୩)ରୁ ଖେଳ ଆରମ୍ଭ କରି ଝାଡ଼ଖଣ୍ତ ତୃତୀୟ ଦିନର ପ୍ରଥମ ଅଧଘଣ୍ଟାରେ ଇଶାଙ୍କ ଜାଗି (୩୫)ଙ୍କୁ ହରାଇଥିଲା। ଏହାପରଠୁ ଅପରାଜିତ ବ୍ୟାଟ୍ସମ୍ୟାନ ସୌରଭ ତିଵାରୀ ଏକାକି ଓଡ଼ିଶା ବୋଲରଙ୍କୁ ଖେଳିବା ସହ ଶତକ ପୂରଣ କରିଥିଲେ। ଅନ୍ୟପଟରୁ କୌଣସି ବଡ଼ ଧରଣର ସହଯୋଗ ମିଳୁନଥିଲେ ବି ସେ ଶେଷ ପର୍ଯ୍ୟନ୍ତ ସାହସିକତାର ସହ ଖେଳି ଦଳକୁ ୩୦୦ ରନ୍‌ ନିକଟତର କରିଥିଲେ। ପାଳି ଶେଷ ହେବା ବେଳକୁ ସୌରଭ ୨୨୦ ବଲ୍‌ର ସମ୍ମୁଖୀନ ହୋଇ ୮ଚୌକା ଓ ୬ ଛକା ସହାୟତାରେ ୧୩୨ ରନ୍‌ କରି ଅପରାଜିତ ରହିଥିଲେ। ଓଡ଼ିଶା ପାଇଁ ସଫଳ ବୋଲର ଭାବେ ରାଜେଶ ମହାନ୍ତି ୪, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଧୀରାଜ ସି˚ହ ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର