ଓଡ଼ିଶା ଓ ଝାଡ଼ଖଣ୍ଡ ଦଳର ଅଭ୍ୟାସ

ବରଗଡ଼: ଆସନ୍ତା ୧୭ରୁ ୨୦ ତାରିଖ ଯାଏ ବରଗଡ଼ସ୍ଥିତ ବିକାଶ ପଡ଼ିଆଠାରେ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ୧୯ ବର୍ଷରୁ କମ୍‌ କୁଚ୍‌ ବେହାର୍‌ ଟ୍ରଫି ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ବରଗଡ଼ ପହଂଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଚଳିତ ଋତୁରେ ଓଡ଼ିଶା ଏବଂ ଛତିଶଗଡ଼ ଗୋଟିଏ ହେଲେ ମ୍ୟାଚ୍‌ ଜିତି ନାହାନ୍ତି। ଓଡ଼ିଶା ଖେଳିଥିବା ତିନୋଟି ମ୍ୟାଚ୍‌ରୁ ଗୋଟିଏ ଅମୀମାଂସିତ ରଖି ଅନ୍ୟ ୨ଟିରେ ପରାଜୟର ମୁହଁ ଦେଖିଛି। ଝାଡ଼ଖଣ୍ଡ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇଛି। ତେଣୁ ଉଭୟ ଦଳ ପାଇଁ ଋତୁର ପ୍ରଥମ ବିଜୟ ସୁଯୋଗ ରହିଛି। ପିଚ୍‌ରେ ହାଲକା ଘାସ ଛଡ଼ା ଯାଇଥିବାରୁ ମ୍ୟାଚ୍‌ର ପ୍ରଥମ ଦିବସ ଦ୍ରୁତ ବୋଲର୍‌ଙ୍କୁ ସୁହାଇବ। ତେଣୁ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ଉଭୟ ଦଳର ଅଧିନାୟକ ପରୋକ୍ଷରେ ସଂକେତ ଦେଇଛନ୍ତି। ମ୍ୟାଚ୍‌ ପାଇଁ ବିସିସିଆଇ ପକ୍ଷରୁ ଏସ୍‌ ଶରତ ମ୍ୟାଚ୍‌ ରେଫରି, ସଂଜୟ ସିଂ ଓ ସୁମିତ ବଂଶଲ ଅମ୍ପାୟାର, ଅମିତ କୁମାର ଅନ୍‌ଲାଇନ୍‌ ସ୍କୋରର୍‌, ବିରଜା ଦାଶ ମାନୁଆଲ୍‌ ସ୍କୋରର୍‌, ଶାରଦା ପ୍ରସନ୍ନ ବିଶ୍ୱାଳ ଭିଡିଓ ଏନାଲିଷ୍ଟ, ଶୁଭ୍ରାଂଶୁ ମହାପାତ୍ର ଏଣ୍ଟି କରପ୍‌ସନ୍‌ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ମ୍ୟାଚ୍‌ ଆୟୋଜନ ପାଇଁ ସବୁ ପ୍ରସ୍ତୁତି ସରିଥିବା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରିକେଟ୍‌ ସଂଘ ସଭାପତି ଅରୁଣ ମହାନ୍ତି, ସଂପାଦକ ସୁବ୍ରତ ଚାଟାର୍ଜୀ, ବିକାଶ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡି. ମୂରଲୀ କ୍ରିଷ୍ଣା, ନିର୍ଦେଶକ ଡ.ସମରେନ୍ଦ୍ର ନାଥ ପଣ୍ଡା ପ୍ରମୁଖ ସୂଚନା ଦେଇଛନ୍ତି।

ଓଡ଼ିଶା: ରଘୁନାଥ ମଲ୍ଲ (ଅଧିନାୟକ), ଆକାଶ ନାୟକ (ଉପଅଧିନାୟକ), ଜ୍ୟୋତି ରଂଜନ ବେହେରା, ସୋମେନ ଚାନ୍ଦ, ରାଜେଶ ମହାନ୍ତି, ଶିବାଶିଷ ସାହୁ, କ୍ରିଷ୍ଣା ପଲେଇ, ବିନିତ୍‌ ମହାନ୍ତି, ବିଶ୍ୱଜିତ ମଲ୍ଲିକ, ପ୍ରୀତମ ଜେନା, କୁନାଲ ମଲ୍ଲିକ (ଓ୍ଵିକେଟ କିପର), ଶେଖର ମାଝୀ, ସୌରଭ ଗୌଡ଼, ଆର୍ଯ୍ୟ ଜେନା, ଆୟୁଶରାଜ ଚୌଧୁରୀ।

ଝାଡ଼ଖଣ୍ଡ: ଅତୁଲ୍‌ ସିଂ ସୁକୱାର୍‌ (ଅଧିନାୟକ), ଆଦିତ୍ୟ ସିଂ (ଉପଅଧିନାୟକ), ଶ୍ରେଷ୍ଠ ସାଗର(ୱିକେଟ୍‌ କିପର୍‌), ଭାନୁ ଆନନ୍ଦ, ଆର୍ଯ୍ୟମାନ ସେନ, ହର୍ଷିତ ନାମଦେବ, ବିକାଶ ବିଶାଲ, ଅମର ଚୌଧୁରୀ, ବିବେକାନନ୍ଦ ତିୱାରୀ, ଚନ୍ଦନ ମୁଖି, ସୁଶାନ୍ତ ମିଶ୍ର, ଜୁନୈଦ ଅସ୍ରଫ୍‌, ଶୁଭୋଜିତ ହଲଦାର, ଅଙ୍କିତ କୁମାର, ଯୁବରାଜ କୁମାର।

ସମ୍ବନ୍ଧିତ ଖବର