ସ୍ବାଧୀନତା ଦିବସରୁ ଓଡ଼ିଶା ଜଗର୍‌ନଟ୍ସ ଅଭିଯାନ

ଭୁବନେଶ୍ୱର: ଅଲ୍ଟିମେଟ୍ ଖୋ ଖୋ ସିଜନ-୧ର ଉଦ୍‌ଘାଟନୀ ମ୍ୟାଚ୍‌ ଚଳିତ ମାସ ୧୪ ତାରିଖରେ ଆୟୋଜିତ ହେବ। ଏହି ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଖିଲାଡିସ୍-ଗୁଜରାଟ ଜାଏଣ୍ଟସ୍‌ ଖେଳିବେ। ଏହାପରେ ଚେନ୍ନାଇ କ୍ୱିକ୍ ଗନ୍‌ସ-ତେଲୁଗୁ ଯୋଦ୍ଧାସ୍ ମଧ୍ୟରେ ମୁକାବିଲା ହେବ। ଦ୍ବିତୀୟ ଦିବସ ଅର୍ଥାତ୍ ସ୍ୱାଧୀନତା ଦିବସରେ ଦର୍ଶକମାନେ ରାଜସ୍ଥାନ ୱାରିଅର୍ସ-ଓଡିଶା ଜଗର୍‌ନଟ୍‌ସ ମଧ୍ୟରେ ଏବଂ ମୁମ୍ବାଇ ଖିଲାଡିସ୍-ଚେନ୍ନାଇ କ୍ୱିକ୍ ଗନ୍‌ସ ମଧ୍ୟରେ ମ୍ୟାଚ୍ ଦେଖିପାରିବେ। ଖୋଖୋ ଫେଡେରେସନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଡାବର ଇଣ୍ଡିଆର ଅଧ୍ୟକ୍ଷ ଅମିତ୍ ବର୍ମନ୍‌ଙ୍କ ଦ୍ୱାରା ଅଲ୍ଟିମେଟ୍ ଖୋଖୋ ପରିଚାଳିତ ହେଉଛି। ୬ ଦଳକୁ ନେଇ ଏହି ପ୍ରତିଯୋଗିତାର ପ୍ରଥମ ସିଜନ୍ ମହାରାଷ୍ଟ୍ରର ପୁନେସ୍ଥିତ ମହାଲୁଙ୍ଗେର ଶିବ୍ ଛତ୍ରପତି ସ୍ପୋର୍ଟସ୍ କଂପ୍ଲେକ୍ସର ବ୍ୟାଡ୍‌ମିଣ୍ଟନ୍ ହଲ୍‌ରେ ଅନୁଷ୍ଠିତ ହେବ। ଦେଶର ପ୍ରଥମ ଫ୍ରାଞ୍ଚାଇଜ୍‌ ଆଧାରିତ ଖୋ-ଖୋ ଲିଗ୍ ପ୍ରଶଂସକଙ୍କ ପାଇଁ ଏକ ଭବ୍ୟଦୃଶ୍ୟ ଉପସ୍ଥାପନ କରିବ ବୋଲି ଆଶା କରାଯାଉଛି। ମ୍ୟାଚ୍‌ଗୁଡିକର ସିଧା ପ୍ରସାରଣ ସନ୍ଧ୍ୟା ୭ଟା ପରଠାରୁ ଆରମ୍ଭ ହେବ।

ବିଶ୍ୱର ଅଗ୍ରଣୀ ଇସ୍ପାତ ନିର୍ମାତା ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ରାଜ୍ୟ ସରକାରଙ୍କ ଓଡିଶା ସ୍ପୋର୍ଟସ୍ ଡେଭଲପମେନ୍ଟ ଆଣ୍ଡ ପ୍ରୋମୋସନ୍ କମ୍ପାନୀ (ଓଏସ୍‌ଡିପିସି) ସହ ମିଳିତ ଉଦ୍ୟମରେ କ୍ରୀଡାର ବିକାଶ ଏବଂ ଏହାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଚୁକ୍ତି ସ୍ୱାକ୍ଷର କରିଛି। ଅଲଟିମେଟ୍‌ ଖୋ ଖୋ ପାଇଁ ପ୍ରସ୍ତୁତ ହେଉଥିବା ଓଡିଶା ଜଗର୍‌ନଟ୍ସ ପାଇଁ ମୁଖ୍ୟ ପ୍ରାୟୋଜକ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛି। ଏସମ୍ପର୍କରେ ଅଲ୍ଟିମେଟ୍ ଖୋ ଖୋର ସିଇଓ ତେଞ୍ଜିଙ୍ଗ୍ ନିୟୋଗି କହିଛନ୍ତି, “ସମସ୍ତ ଦିଗରୁ ସନ୍ତୁଳିତ ସ୍କ୍ୱାଡ୍ ସହିତ ଅଲ୍ଟିମେଟ୍ ଖୋ ଖୋର ଏକ ଉତ୍ସାହଜନକ ସିଜନ ପାଇଁ ଆମେ ଅପେକ୍ଷା କରିରହିଛୁ। ଏହା ଖୋ ଖୋ ଫ୍ରାଟର୍‌ନିଟି ଓ କ୍ରୀଡା ଉତ୍ସାହୀଙ୍କ ପାଇଁ ମନୋରଞ୍ଜନପୂର୍ଣ୍ଣ ୨୨ ଦିନରେ ପରିଣତ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର