ଭୁବନେଶ୍ବର : ପୁଣେରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ଲିଗ୍ର ଶୁକ୍ରବାର ପ୍ରଥମ କ୍ବାଲିଫାୟରରେ ଗୁଜରାଟ ଜାଏଣ୍ଟ୍ସକୁ ୫୭-୪୩ ପଏଣ୍ଟରେ ପରାସ୍ତ କରି ଓଡ଼ିଶା ଜଗରନଟ୍ସ ପ୍ରଥମ ଦଳ ଭାବେ ଫାଇନାଲ୍ରେ ସ୍ଥାନ ପକ୍କା କରିନେଇଛି। ସୁରଜ ଲାଣ୍ଡେ ବିଜୟୀ ଓଡ଼ିଶା ଜଗରନଟ୍ସ ଦଳ ପକ୍ଷରୁ ସର୍ବାଧିକ ୧୩ ପଏଣ୍ଟ ଅକ୍ତିଆର କରିଥିଲା ବେଳେ ଆଦିତ୍ୟ କୁଦାଲେ ୧୦ ଏବଂ ଅର୍ଜୁନ ସିଂହ ୯ ପଏଣ୍ଟ୍ର ଯୋଗଦାନ ରଖିଥିଲେ। ଅନ୍ୟପକ୍ଷରେ ଗୁଜରାଟ ଜାଏଣ୍ଟ୍ସ ପକ୍ଷରୁ ସର୍ବାଧିକ ୧୦ ପଏଣ୍ଟ୍ ହାସଲ କରିଥିଲେ ଅଭିନନ୍ଦଦ ପାଟିଲ।
ରବିବାର ଫାଇନାଲ୍ରେ ଓଡ଼ିଶା ଭିତ୍ତିକ ଏହି ଦଳ ଦ୍ବିତୀୟ କ୍ବାଲିଫାୟରର ବିଜେତା ଦଳକୁ ଭେଟିବ। ଦ୍ବିତୀୟ ଦଳ ଭାବେ ଫାଇନାଲ୍କୁ ଯିବା ପାଇଁ ଶନିବାର ଦ୍ବିତୀୟ କ୍ବାଲିଫାୟରରେ ଗୁଜରାଟ ଜାଏଣ୍ଟ୍ସକୁ ଭେଟିବ ତେଲୁଗୁ ଯୋଦ୍ଧାସ୍।
ଏହା ପୂର୍ବରୁ ଶୁକ୍ରବାର ପ୍ରଥମେ ଖେଳାଯାଇଥିବା ଏଲିମିନେଟର୍ ମୁକାବିଲାରେ ଚେନ୍ନାଇ କୁଇକ୍ ଗନ୍ସକୁ ୬୧-୪୩ ପଏଣ୍ଟରେ ପରାସ୍ତ କରି ତେଲୁଗୁ ଯୋଦ୍ଧାସ୍ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ପରାଜୟ ସହ ଚେନ୍ନାଇ କୁଇକ୍ ଗନ୍ସ ପ୍ରତିଯୋଗିତାରୁ ବିଦାୟ ନେଇଛି। ୬ ଦଳକୁ ନେଇ ଖେଳାଯାଉଥିବା ଏହି ପେସାଦାର ଖୋ ଖୋ ଲିଗ୍ର ଶେଷ ଦୁଇ ସ୍ଥାନରେ ରହି ପୂର୍ବରୁ ମୁମ୍ବାଇ ଖିଲାଡ଼ୀସ୍ ଓ ରାଜସ୍ଥାନ ୱାରିୟର୍ସ ବିଦାୟ ନେଇସାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Odisha-Juggernauts-celebrate-during-a-qualier-1-match-against-Gujarat-Giants-of-Ultimate-Kho-Kho-Season-1-in-Pune-on-Friday-September-2-2022.jpg)