ଭୁବନେଶ୍ବର: ଲଗାତାର ପଞ୍ଚମ ବିଜୟ ସହ ଓଡ଼ିଶା ଭିତ୍ତିକ ଦଳ ‘ଓଡ଼ିଶା ଜଗରନଟ୍ସ’ ପ୍ରଥମଥର ପାଇଁ ଖେଳାଯାଉଥିବା ‘ଅଲ୍ଟିମେଟ୍ ଖୋ ଖୋ’ ପେସାଦାର ଲିଗ୍ର ପ୍ଲେ ଅଫ୍ରେ ପ୍ରବେଶ କରିଛି। ଶନିବାର ଜଗରନଟ୍ସ ପୁଣି ଥରେ ଜବରଦସ୍ତ ପ୍ରଦର୍ଶନ କରି ମୁମ୍ବାଇ ଖିଲାଡ଼ିକୁ ୨୩ ପଏଣ୍ଟ୍ର ବଡ଼ ବ୍ୟବଧାନ (୬୦-୩୭)ରେ ପରାସ୍ତ କରିଛି। ୫ ପଏଣ୍ଟ୍ ଅର୍ଜନ କରିବା ସହ ୩.୧୩ ମିନିଟ୍ ସମୟ ଡିଫେଣ୍ଡ କରି ମିଲିନ୍ଦ ଚଭରେକର ଓଡ଼ିଶା ଜଗରନଟ୍ସ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶା ଜଗରନଟ୍ସ ଛଡ଼ା ଗୁଜରାଟ ଜାଏଣ୍ଟସ୍ ମଧ୍ୟ ପ୍ଲେ ଅଫ୍ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ରବିବାର ଓଡ଼ିଶା ଜଗରନଟ୍ସ ପ୍ଲେ ଅଫ୍ରେ ତେଲୁଗୁ ଯୋଦ୍ଧାସ୍ ଏବଂ ଗୁଜରାଟ ଜାଏଣ୍ଟସ୍ ରାଜସ୍ଥାନ ୱାରିୟର୍ସକୁ ଭେଟିବ। ଫାଇନାଲ୍ ସେପ୍ଟେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ। ଶନିବାର ରାଜସ୍ଥାନ ୱାରିୟର୍ସକୁ ହରାଇ ଚେନ୍ନାଇ କୁଇକ୍ ଗନ୍ସ ବିଜୟ ଧାରାକୁ ଫେରିଥିଲା।
ଓଡ଼ିଶା ଜଗରନଟ୍ସକୁ ‘ପ୍ଲେ ଅଫ୍’ ଯୋଗ୍ୟତା
/sambad/media/post_attachments/wp-content/uploads/2022/08/44fh654sf65h4sf654hf65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)