ଓଡ଼ିଶା କନିଷ୍ଠ ହକି ଦଳର କୁଆଲାଲୁମ୍ପୁର ଯାତ୍ରା: ଏନ୍‌ଏଚ୍‌ଡିପି ଆନ୍ତର୍ଜାତିକ ପ୍ରତିଯୋଗିତା ୨୬ରୁ

ଭୁବନେଶ୍ବର: ଚଳିତ ମାସ ୨୬ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ମାଲେସିଆର କୁଆଲାଲୁମ୍ପୁରଠାରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ଏନ୍‌ଏଚ୍‌ଡିପି (ନ୍ୟାସ୍‌ନାଲ ହକି ଡେଭେଲପମେଣ୍ଟ ପ୍ରୋଗ୍ରାମ) ଆନ୍ତର୍ଜାତିକ ପ୍ରତିଯୋଗିତା। ଏଥିରେ ଭାଗ ନେବା ପାଇଁ ଓଡ଼ିଶାର ଦୁଇଟି କନିଷ୍ଠ ଦଳ (୧୭ ବର୍ଷରୁ କମ୍‌ ବାଳକ ଓ ୧୪ ବର୍ଷରୁ କମ୍‌ ବାଳିକା) ଯାତ୍ରା କରିଛନ୍ତି। ଏହି ଦୁଇ ଦଳ ମଧ୍ୟ ସ୍ପୋର୍ଟସ ଓଡ଼ିଶା (ବାଳକ) ଏବଂ ସ୍ପୋର୍ଟସ ଓଡ଼ିଶା (ବାଳିକା) ନାମରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାତ୍ରା କରିବା କୌଣସି ରାଜ୍ୟ ଦଳ ପାଇଁ ପ୍ରଥମ ବୋଲି କୁହାଯାଉଛି। ଗ୍ରୁପ୍‌-କମ୍‌-ନକ୍‌ଆଉଟ୍‌ ଫର୍ମାଟ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ୮ ବାଳକ ଏବଂ ୭ ବାଳିକା ଦଳ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ଜାପାନ, ସିଙ୍ଗାପୁର ଏବଂ ମାଲେସିଆର ଦଳ ମଧ୍ୟ ଅଂଶଗ୍ରହଣ କରିବେ।

ସ୍ପୋର୍ଟସ ଓଡ଼ିଶା (ବାଳକ) ଦଳ: ଅଭିଷେକ କିସ୍‌ପୋଟୋ (ଅଧିନାୟକ), ବିନିତ ଖାଲ୍‌କୋ (ଉପଅଧିନାୟକ), ବିବେକ ଲାକ୍ରା, ଦୀପ୍‌ସାନ କୁଜୁର, ଅମିତ ସିଂହ, ଜୟ ଷ୍ଟାନ୍‌ଲି ଡାଡେଲ, ଦୀପକ ପ୍ରଧାନ, ବିଲ୍‌କାନ ଓରାମ, ସମୀର ବରୱ‌ା, ସଲ୍‌ମନ ଟପ୍ପୋ, ନୀତେଶ ମିଞ୍ଜ୍‌, ହାରୁନ ମିଞ୍ଜ୍‌, ପ୍ରତାପ ଟପ୍ପୋ, ଅଂଶୁ ବା, ସଚିନ କିଣ୍ଡୋ, ଅଜିତ ମହାତୋ, ଅଜୟ ଖାଲ୍‌କୋ, ବିବେକ ସାହୁ।

ସ୍ପୋର୍ଟସ ଓଡ଼ିଶା (ବାଳିକା) ଦଳ: ଦ୍ରୁପତି ନାଏକ (ଅଧିନାୟିକା), ନେହାରିକା ଟପ୍ପୋ (ଉପଅଧିନାୟିକା), ଜାହ୍ନବୀ ବାଦା, ଅହଲ୍ୟା ଲାକ୍ରା, ଶୃତିକା କୁଲୁ, ପାୟଲ ସୋନ୍‌କାର, ନିର୍ମଳା ସେନ୍‌ବାର, ଈତି ନାଏକ, ଅଙ୍କିତା ଗୁଡ଼ିଆ, ଅଜିତା ଏକ୍କା, ଅଞ୍ଜୁଲତା ଲୁଗୁନ, ସଞ୍ଜନା କୁଜୁର, ଲିଓନା ଲାକ୍ରା, ଏଲିନା ବୁର୍‌, ସାରୋନ ଏକ୍କା, ପ୍ରିୟଙ୍କା ମିଞ୍ଜ୍‌, ସାବିତ୍ରୀ ଏକ୍କା, ପ୍ରିୟଙ୍କା ବା। ବିଜେ କାରିଆପ୍ପା-ଉଭୟ ଦଳର ପ୍ରଶିକ୍ଷକ। ଦେବୀ ପ୍ରସାଦ ଦାଶ-ଉଭୟ ଦଳର ପ୍ରବନ୍ଧକ। ସହକାରୀ ପ୍ରଶିକ୍ଷକ: ପ୍ରଫୁଲ୍ଲ ତିର୍କି (ବାଳକ ଦଳ), ସୁଜିତ ଲାକ୍ରା (ବାଳିକା ଦଳ)। ଫିଜିଓଥେରାପିଷ୍ଟ: ଡ. ଅର୍ଜିତା ଲେଙ୍କା (ଉଭୟ ଦଳ) ଏବଂ ସାଗୟରାଜ ପିଟର (ଷ୍ଟ୍ରେଙ୍ଗ୍‌ଥ ଆଣ୍ଡ୍‌ କଣ୍ଡିସନିଂ ଟ୍ରେନର, ଉଭୟ ଦଳ)।

ସମ୍ବନ୍ଧିତ ଖବର