ଜାତୀୟ ଟେବୁଲ ଟେନିସ୍‌ ପାଇଁ ଓଡ଼ିଶା କନିଷ୍ଠ ଦଳର କେରଳ ଯାତ୍ରା

କଟକ: ଜାତୀୟ କନିଷ୍ଠ ଓ ଯୁବ ଟେବୁଲ ଟେନିସ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ କେରଳ ଗସ୍ତ କରିଛି। ଏହି ପ୍ରତିଯୋଗିତା କେରଳର ଅଲାପୁଜାସ୍ଥିତ ଵାଇଏମ୍‌ସିଏଠାରେ ଆସନ୍ତା ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶା ବାଳକ ଦଳରେ ମୋହିତ ବେହୁରାଏ, ତୁହିନ ବାଣିକ, ଅଙ୍କୁର ବିଶ୍ବାଳ, ଜିଜ୍ଞାସୁ ସାହୁ, ଫରାଜ ରାଜା, ମହମ୍ମଦ ଜିସାନ ଓ ବାଳିକା ଦଳରେ ଶ୍ବେତପଦ୍ମା ଦଳାଇ, ସିକ୍ରିତି ଭଗତ, ସୁଶ୍ରୀ ପଟ୍ଟନାୟକ, ସ୍ବସ୍ତିକା ଅଦାବର, ଏମବି ବର୍ଷା ପଣ୍ତା ସ୍ଥାନ ପାଇଛନ୍ତି। ଦଳ ସହିତ ପ୍ରଶିକ୍ଷକ ରାଜ୍‌ ସୁବ୍ରମଣିୟମ, ସହକାରୀ ପ୍ରଶିକ୍ଷକ ସମ୍ବିତ ଦାସ, ପ୍ରବନ୍ଧକ ପିଭିଏସ୍‌ଏସ୍‌ ରାଜୁ କେରଳ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର