କଟକ: ଚଳିତ ବର୍ଷ ପ୍ରଥମ ଥର ପାଇଁ ୧୬ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେଉଛି। ପୂର୍ବାଞ୍ଚଳରେ ୧୪ ତାରିଖରୁ ଅଗରତାଲାରେ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏଥିପାଇଁ ଗୁରୁବାର ଓଡ଼ିଶା ଦଳର ଚୟନ ହୋଇଥିଲା ବେଳେ ଆସନ୍ତା ୧୨ ତାରିଖରେ ଦଳ ଅଗରତାଲା ଗ୍ରସ୍ତ କରିବ। ଶୁଭ୍ର ନିର୍ଝରିଣୀ ସ୍ୱାଇଁଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ପ୍ରଥମ ମ୍ୟାଚ ୧୪ ତାରିଖରେ ତ୍ରିପୁରା ସହିତ ଖେଳିବ। ପରେ ୧୮ ତାରିଖରେ ଝାଡ଼ଖଣ୍ଡ, ୨୦ ତାରିଖରେ ବେଙ୍ଗଲ, ୨୨ ତାରିଖରେ ଆସାମ ବିପକ୍ଷରେ ଖେଳିବାର ସୂଚୀ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ଦଳ: ଶୁଭ୍ର ନିର୍ଝରିଣୀ ସ୍ୱାଇଁ (ଅଧିନାୟିକା), ସ୍ୱିଟ୍ ବେଉରା, ବିଏଲ୍ଏସ୍ ବୈଷ୍ଣବୀ, ଜିଏମ୍ ଅଳକାନନ୍ଦା, ତନ୍ମୟୀ ବେହେରା, ସୋନାଲି ହେମ୍ବ୍ରମ୍, ଅଲିପ୍ସା ବିଶ୍ୱାଳ, ନମ୍ରତା ରଘୁବଂଶୀ, ଏସ୍ବି ସିମ୍ରନ୍, ପୂଜାରାଣୀ ଦାସ, କୁସୁମ ତିରିଆ, ଭବାନୀ ଧଡ଼ା, ଶାନ୍ତିଲତା ପୃଷ୍ଟି, ରାଣୀ ପ୍ରସାଦ, ରୋଶନୀ ବଗର୍ତ୍ତୀ।