ଓଡ଼ିଶା କନିଷ୍ଠ କୁସ୍ତି ଦଳର ଜୟପୁର ଯାତ୍ରା

କଟକ: ରାଜସ୍ଥାନର ଜୟପୁରଠାରେ ଫେବ୍ରୁଆରି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଜାତୀୟ କନିଷ୍ଠ କୁସ୍ତି ପ୍ରତିଯୋଗିତା ଆୟୋଜନ ହେବ। ଏଥିରେ ଯୋଗଦେବାକୁ ଓଡ଼ିଶା ବାଳକ ଓ ବାଳିକା ଦଳ ସୋମବାର ଜୟପୁର ଯାତ୍ରା କରିଛନ୍ତି। ବାଳକ ବିଭାଗ ୫୭ କିଗ୍ରାରେ ଅଭିଜିତ୍‌ ଖୁଣ୍ଟିଆ, ୬୧ କିଗ୍ରାରେ ଶିବଶଙ୍କର ରାୟ, ୬୫ କିଗ୍ରାରେ କେହୁରିଆ ଛାଙ୍ଗବେ ନଗମେ, ୭୦ କିଗ୍ରାରେ ରାମକୃଷ୍ଣ ଖୁଣ୍ଟିଆ, ୭୪ କିଗ୍ରାରେ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ୭୯ କିଗ୍ରାରେ ଦେବାଶିଷ ପାଣିଗ୍ରାହୀ, ବାଳିକା ବର୍ଗ ୫୦ କିଗ୍ରାରେ ଶିବାନୀ ଜେନା, ୫୩ କିଗ୍ରାରେ ପୂଜା ମହାରଣା, ୫୫ କିଗ୍ରାରେ ଲକ୍ଷ୍ମୀ ହାତୀ, ୫୭ କିଗ୍ରାରେ ଲୋମା ସ୍ୱାଇଁ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ବ୍ୟତୀତ ବାଳକ ଦଳ ସହିତ କାଳିନ୍ଦୀ ଚରଣ ମାଳିଆ ପ୍ରଶିକ୍ଷକ ଓ ସନ୍ତୋଷ କୁମାର ଦାସ ପ୍ରବନ୍ଧକ ଭାବେ ରହିବେ। ସେହିପରି ମହିଳା ଦଳରେ ବିଜୟିନୀ ଗୁରୁନ୍‌ ପ୍ରଶିକ୍ଷକ ଓ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର