ଓଡ଼ିଶା କବାଡ଼ି ଦଳର ହାଇଦ୍ରାବାଦ ଯାତ୍ରା

କଟକ: ଆସନ୍ତା ୩୧ରୁ ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦରେ ୬୫ତମ ଜାତୀୟ କବାଡ଼ି ପ୍ରତିଯୋଗିତା ଆୟୋଜିତ ହେବ। ଏଥିପାଇଁ ଓଡ଼ିଶା ଦଳ ଶୁକ୍ରବାର ହାଇଦ୍ରାବାଦ ଗସ୍ତ କରିଛି। ଓଡ଼ିଶା କବାଡ଼ି ସଂଘ ଉପାଧ୍ୟକ୍ଷ ପୃଥ୍ଵୀରାଜ ପଟ୍ଟନାୟକଙ୍କ ନେତୃତ୍ୱରେ ଯାଇଥିବା ଓଡ଼ିଶା ପୁରୁଷ ଦଳରେ ବିପ୍ର ଟୁଡୁ, ଅରବିନ୍ଦ ଖୁଣ୍ଟିଆ, କେ ମାଧବ ରାଓ, ସରୋଜ ସେଠୀ, ସୌମ୍ୟକାନ୍ତ ତ୍ରିପାଠୀ, ସବୀର ପ୍ରଧାନ, ବସନ୍ତ ସାହୁ, ଆଶିଷ ସାହୁ, ଅଭୟ ରଂଜନ ମାଝୀ, ସ୍ୱାଧୀନ ମେହେର୍‌, ରଶ୍ମିରଂଜନ ରାଉତ ସ୍ଥାନ ପାଇଛନ୍ତି। ଏମାନଙ୍କ ସହିତ ସତ୍ୟପ୍ରକାଶ ଦାଶ (ପ୍ରଶିକ୍ଷକ) ଓ ପ୍ରବନ୍ଧକ ଭାବେ ଦେବୀପ୍ରସାଦ ମହାନ୍ତି ଦାୟିତ୍ୱ ନେଇଛନ୍ତି। ସେହିପରି ମହିଳା ଦଳରେ ପୁଷ୍ପଲତା ଜେନା, ଝୁନୁବାଳା ବିନ୍ଧାଣୀ, ଗାୟତ୍ରୀ ସେଠୀ, ତିଳୋତ୍ତମା ମଲ୍ଲିକ, ଗାୟତ୍ରୀ ବେହେରା, ନିରୁପମା ଜେନା, ନମୃତ ବେଗମ୍‌, ପରଜିତା ବିଶୋଇ, ମମତା ପ୍ରଧାନ, ମାନସୀ ସେଠୀ, ଦିପାଳୀ ଚୌହାନ୍‌, ଶୁଭଲକ୍ଷ୍ମୀ ପଣ୍ଡା ସାମିଲ ହୋଇଥିଲାବେଳେ ଫିଲୁ ପ୍ରଧାନ ପ୍ରଶିକ୍ଷକ ଦାୟିତ୍ୱରେ ରହିଛନ୍ତି। ପ୍ରତିଯୋଗିତାରେ ମ୍ୟାଚ ପରିଚାଳନା ଅଧିକାରୀ ଭାବେ ସସ୍ମିତା ଦାସ, ମନସ୍ୱିନୀ ସାହୁ ଦଳ ସହ ହାଇଦ୍ରାବାଦ ଯାତ୍ରା କରିଥିବା ରାଜ୍ୟ ସଂଘ ସଂପାଦକ ଅଜୟ କୁମାର ବେହେରା ଜଣାଇଛନ୍ତି।

ସମ୍ବନ୍ଧିତ ଖବର