ଓଡ଼ିଶା ୨୫୭ ରନ୍‌ରେ ପଛୁଆ

କୁଚ୍‌ ବେହାର ଟ୍ରଫି କ୍ରିକେଟ୍‌

ଭୁବନେଶ୍ୱର: ଅମୃତସରଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ କୁଚ୍‌ ବେହାର ଟ୍ରଫିର ଦ୍ୱିତୀୟ ଦିବସ ଶେଷରେ ଓଡ଼ିଶା ୨୫୭ ରନ୍‌ ପଛରେ ପଡ଼ିଯାଇଛି। ପ୍ରଥମ ଦିନ ୧୫୫ ରନ୍‌ରେ ଓଡ଼ିଶା ପ୍ରଥମ ପାଳି ଶେଷ ହୋଇଯିବା ପରେ ପଞ୍ଜାବ କୌଣସି ଓ୍ଵିକେଟ୍‌ ନହରାଇ ୮୨ ରନ୍‌ କରିଥିଲା। ଶନିବାର ଦ୍ୱିତୀୟ ଦିବସରେ ଏହି ଦଳ ୯ ଓ୍ଵିକେଟ୍‌ ବିନିମୟରେ ୪୫୨ ରନ୍‌ କରି ପାଳି ଘୋଷଣା କରିଦେଇଛି। ପଞ୍ଜାବର କୌଣସି ବ୍ୟାଟ୍‌ସମ୍ୟାନ୍‌ ଶତକ ଜମାଇ ପାରିନଥିଲେ ମଧ୍ୟ ଜଗମିତ୍‌ ସିଂହ (୯୮), ଅର୍ଜୁନ ବର୍ମା (୮୭), ନେହଲ୍‌ ଓ୍ଵାଧେରେ (୬୫), ଦୀପିନ୍‌ ଚିଟ୍‌କାରା (୬୬), ଜୈସ୍‌ ଜୈନ୍‌ (ଅପରାଜିତ ୫୯) ଅର୍ଧଶତକ ଜମାଇ ଦଳକୁ ବଡ଼ ସ୍କୋର୍‌ ଦେଇଥିଲେ। ଓଡ଼ିଶା ପକ୍ଷରୁ ସଫଳ ବୋଲର ଭାବେ କୃଷ୍ଣ ପଲେଇ ୫ ଓ ବିଶ୍ୱଜିତ୍‌ ମଲ୍ଲିକ ୨ ଓ୍ଵିକେଟ୍‌ ପାଇଥିଲେ ମଧ୍ୟ ଦଳ ୨୯୭ ରନ୍‌ ପଛରେ ପଡ଼ିଯାଇଥିଲା। ଜବାବରେ ଓଡ଼ିଶା ଦ୍ୱିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଦ୍ୱିତୀୟ ପାଳିର ୨ ଓ୍ଵିକେଟ୍‌ ବିନିମୟରେ ୪୦ ରନ୍‌ କରି ୨୫୭ ରନ୍‌ରେ ପଛୁଆ ରହିଛି। ସ୍ୱସ୍ତିକ ସାମଲ (୮) ଓ କୁନାଲ ମଲ୍ଲିକ (୭) ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ପ୍ରୀତମ୍‌ ଜେନା (୫) ଓ ମାନସରଞ୍ଜନ ନାୟକ (୧୫) ରନ୍‌ରେ ଅପରାଜିତ ରହିଛନ୍ତି।

ସମ୍ବନ୍ଧିତ ଖବର