ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶା ଆଗୁଆ

କଟକ: ଦେବାଶିଷ ସାମନ୍ତରାୟଙ୍କ ଶତକ ଓ କାର୍ତ୍ତିକ ବିଶ୍ବାଳଙ୍କ ୫ ୱିକେଟ ସଫଳତା ଯୋଗୁଁ ଗୋଆରେ ଚାଲିଥିବା ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶା ପାଳି ଅଗ୍ରଣୀ ପାଇଛି। ପ୍ରଥମ ପାଳିରେ ଓଡ଼ିଶା ୨୯୩ ରନ୍‌ କରିବା ପରେ ଘରୋଇ ଗୋଆକୁ ୨୩୭ ରନ୍‌ରେ ସୀମିତ ରଖିଥିଲା। ଦ୍ବିତୀୟ ଦିନ କାର୍ତ୍ତିକ ବିଶ୍ବାଳଙ୍କ ୫ ୱିକେଟ୍‌ ସଫଳତା ( ୧୪.୩-୩-୩୭-୫) ମୁଖ୍ୟ ଆକର୍ଷଣ ରହିଥିଲା। ବୈଭବ ଗୋଭେକର, ଦୀପରାଜ ଗୋଏଙ୍କର, ଅଚିତ ସିଙ୍ଗୱାନ, ଆଦିତ୍ୟ ସୂର୍ଯ୍ୟବଂଶୀ, ଧୀରାଜ ୱାଇଙ୍କୁ କାର୍ତ୍ତିକ ଆଉଟ୍‌ କରିଥିଲେ। ତାଙ୍କ ବ୍ୟତୀତ ରାଜକିଶନ ପଟେଲ ଓ ସୌରଭ କାନୋଜିଆ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଏଥିପୂର୍ବରୁ ପ୍ରଥମ ଦିନ ଶତକ ଅର୍ଜନ କରିଥିବା ଦେବାଶିଷ ସାମନ୍ତରାୟ ୧୪୨ ରନ୍‌ରେ ଅପରାଜିତ ରହିଗଲେ।

ସମ୍ବନ୍ଧିତ ଖବର