ଜାତୀୟ ରୋଇଂ: ଓଡ଼ିଶା ସେମିରେ ପରାସ୍ତ

କଟକ: ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ଚାଲିଥିବା ଜାତୀୟ କନିଷ୍ଠ ରୋଇଂ ପ୍ରତିଯୋଗିତାରେ ଶୁକ୍ରବାର ଓଡ଼ିଶା ଦୁଇଟି ଇଭେଣ୍ଟରେ ସେମିଫାଇନାଲ୍‌ରେ ପରାସ୍ତ ହୋଇଛି। ବାଳିକା ଡବଲ୍‌ ସ୍କଲ୍‌ ଓ ବାଳକ କକ୍ସଲେସ୍‌ ଫୋର୍‌ରେ ଓଡ଼ିଶା ପ୍ରତିଯୋଗୀ ପଛରେ ପଡ଼ିଯାଇଥିଲେ। ଡବଲ୍‌ ସ୍କଲ୍‌ ସେମିଫାଇନାଲ୍‌ରେ ଓଡ଼ିଶା ୪ ମିନିଟ୍‌ ୪୮.୮୬ ସେକେଣ୍ଡ ସମୟ ନେଇ ତୃତୀୟରେ ରହିଥିଲା। ସେହିପରି ବାଳକ କକ୍ସଲେସ ଫୋର୍‌ ସେମିଫାଇନାଲ୍‌ରେ ଓଡ଼ିଶା ୩ମିନିଟ୍‌ ୩୩.୬୫ ସେକେଣ୍ଡରେ ତୃତୀୟ ସ୍ଥାନରେ ରହି ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲେ। ଶନିବାର ବାଳିକା ବିଭାଗର ସିଙ୍ଗଲ ସ୍କଲ୍‌, କକ୍ସଲେସ ପେୟାର ଓ କକ୍ସଲେସ୍‌ ଫୋର୍‌ରେ ଓଡ଼ିଶା ଫାଇନାଲ୍‌ ଖେଳିବ।

ସମ୍ବନ୍ଧିତ ଖବର